26.1 C
Bhubaneswar
Friday, March 29, 2024
Homeଓଡିଶାଅନ୍ୟ ରାଜ୍ୟରୁ ଫେରିଥିବା ଦାଦନ ଶ୍ରମିକ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା

ଅନ୍ୟ ରାଜ୍ୟରୁ ଫେରିଥିବା ଦାଦନ ଶ୍ରମିକ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା

ବଲାଙ୍ଗିର : ବଲାଙ୍ଗିର ହେଉଛି ଏକ ଦାଦନ ପ୍ରବଣ ଜିଲ୍ଲା । ଏହି ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । କରୋନାକୁ ନେଇ ଲକଡାଉନ ହେବାପୂର୍ବରୁ କେତେକ ଶ୍ରମିକ ଘରକୁ ବାହୁଡିଥିବା ବେଳେ ଆଉ କେତେକ ଲକଡାଉନ ହେବା ପରେ ଫେରୁଛନ୍ତି । ତେବେ ଏହି ଶ୍ରମିକମାନେ ବର୍ତ୍ତମାନ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ବାହାରୁ ଫେରୁଥିବା ଶ୍ରମିକମାନଙ୍କ ସଠିକ ପଞ୍ଜୀକରଣ ହୋଇ ପାରୁନଥିବା ବେଳେ ସଙ୍ଗରୋଧରେ ମଧ୍ୟ ସେମାନଙ୍କୁ ରଖାଯାଇପାରୁନଥିବା ଜଣାପଡ଼ିଛି । ଜିଲ୍ଲା ଶ୍ରମ ବିଭାଗର ତଥ୍ୟ ଅନୁଯାୟୀ ବାହାର ରାଜ୍ୟକୁ କାମ କରିଯିବା ପାଇଁ ୨୩ ହଜାର ଶ୍ରମିକ ପଞ୍ଜିକରଣ କରିଥିଲେ । ୩ଶହ ଶ୍ରମିକ ଠିକାଦାରଙ୍କ ଜରିଆରେ ସେମାନେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ତେବେ ସରକାରୀ ତଥ୍ୟ ଏବଂ ବାସ୍ତବତା ମଧ୍ୟରେ ଆକାଶପାତାଳ ଫରକ୍ ରହିଛି । କାରଣ ୨୩ ହଜାର ନୁହେଁ ବରଂ ଏହାଠାରୁ ୧୦ ଗୁଣା ଅଧିକ ଶ୍ରମିକ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି । ତେବେ ଇତି ମଧ୍ୟରେ ୨୦୪୩ ଜଣ ବାହାରକୁ ଯାଇଥିବା ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ କହୁଛି ଓ ସେମାନଙ୍କୁ ହୋମ କ୍ୟୁରାଇଣ୍ଟାଇନରେ ରହିବା ପାଇଁ ଉପଦେଶ ଦିଆଯାଇଛି ବୋଲି କହିଛି । କିନ୍ତୁ ବାସ୍ତବରେ ଦେଖିଲେ ଏହି ସଂଖ୍ୟା ଠାରୁ ବହୁ ଅଧିକ ପରିମାଣରେ ଶ୍ରମିକ ବାହାର ରାଜ୍ୟରୁ ଫେରିଛନ୍ତି । ଅନେକ ଶ୍ରମିକ ହୋମ କ୍ୟୁରାଇଣ୍ଟାଇନରେ ମଧ୍ୟ ରହିନାହାନ୍ତି । ଖୋଲାଖୋଲି ସେମାନେ ନିଜ ପରିବାର ସହିତ ରହୁଛନ୍ତି ଓ ବୁଲାବୁଲି ମଧ୍ୟ କରୁଛନ୍ତି । ଏହି ଶ୍ରମିକମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇନାହିଁ । ପ୍ରଶାସନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କ୍ୟୁରାଇଣ୍ଟାଇନ କେନ୍ଦ୍ର ଖୋଲିବା ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇଛି । କେତେକ ପଞ୍ଚାୟତରେ କ୍ୟୁରାଇଣ୍ଟାଇନ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଉ କେତେକ ପଞ୍ଚାୟତରେ ଏପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ । ତେବେ ବାହାରୁ ଫେରିଥିବା ଶ୍ରମିକଙ୍କୁ ତୁରନ୍ତ କ୍ୟୁରାଇଣ୍ଟାଇନରେ ରଖାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking