33.1 C
Bhubaneswar
Sunday, May 5, 2024
Homeବିଜିନେସ୍ଇଓଆଇ ଆବେଦନ ପାଇଁ ଭାରତୀୟ ଷ୍ଟାର୍ଟଅପ୍‌ଙ୍କୁା ଏନ୍‌ଟିପିସିର ଆମନ୍ତ୍ରଣ

ଇଓଆଇ ଆବେଦନ ପାଇଁ ଭାରତୀୟ ଷ୍ଟାର୍ଟଅପ୍‌ଙ୍କୁା ଏନ୍‌ଟିପିସିର ଆମନ୍ତ୍ରଣ

ନୂଆଦିଲ୍ଲୀ: ଟରେଫାଏଡ୍ ବାୟୋମାସ୍ ପେଲେଟ୍ ଉତ୍ପାଦନ ପାଇଁ ଭାରତୀୟ ଷ୍ଟାର୍ଟଅପ୍ ଗୁଡିକୁ ଆମନ୍ତ୍ରଣ ଜଣାଇଛି ଏନ୍‌ଟିପିସି । ଟରେଫାଏଡ୍ ବାୟୋମାସ୍ ପେଲେଟ୍ ଉତ୍ପାଦନରେ ଆଗ୍ରହ ପ୍ରକାଶ କରୁଥିବା କମ୍ପାନୀ ଗୁଡିକ ଆବେଦନ କରିବା ପାଇଁଁ କୁହାଯାଇଛି । ନିଜର ଆର ଆଣ୍ଡ ଡି ବିଭାଗ ନେତ୍ରା ଦ୍ୱାରା ଏନଟିପିସି ପକ୍ଷରୁ ଭାରତୀୟ ଷ୍ଟାର୍ଟ ଅପ୍ ମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୧୯ ମେ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଆପ୍ଲିକେସନ୍ ଆହ୍ୱାନ କରାଯାଇଛି । ଭାରତରେ ବାର୍ଷିକ ୨୩୦ ମେଟ୍ରିକ୍ ଟନ୍ ବାୟୋମାସ୍ ଉତ୍ପାଦନ ହୋଇଥାଏ ଯାହାକି ନଷ୍ଟ ହୋଇଥାଏ କିମ୍ବା ଜଳି ଯାଇଥାଏ । କାର୍ବନ ବିକିରଣକୁ କମ୍ କରିବା ଲକ୍ଷ୍ୟରେ ଏନ୍‌ଟିପିସି ପକ୍ଷରୁ ଏହା ଆରମ୍ଭ କରାଯାଇଛି ।

ଏହାକୁ ଏକାଧିକ କୋଇଲା ଚାଳିତ ପାୱାର ପ୍ଲାଣ୍ଟରେ ଦୀର୍ଘସ୍ଥାୟୀ ଲକ୍ଷ୍ୟରେ ବ୍ୟବହାର କରାଯାଉଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଥର୍ମାଲ ପ୍ଲାଣ୍ଟରେ ବାୟୋମାସ୍ ବ୍ୟବହାର କରିବାର ଯୋଜନା ରଖାଯାଇଛି । ମିଶନ ସମର୍ଥ ଅନୁସାରେ ପ୍ରତି ପାୱାର ପ୍ଲାଣ୍ଟରେ ୫-୧୦ ପ୍ରତିଶତ ବାୟୋମାସ୍ ବ୍ୟବହାର କରିବା ବାଧ୍ୟତାମୂଳକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking