32.1 C
Bhubaneswar
Saturday, May 18, 2024
Homeଓଡିଶା୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ଭୁବନେଶ୍ୱର:  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ତେବେ ୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି । କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ପାଣିପାଗ ତାତି କମିବ । ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୯ରୁ ୧୫ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ । ତାପମାତ୍ରା ବିଚ୍ୟୁତି (ସ୍ୱାଭାବିକ ଠାରୁ ତାପମାତ୍ରା ବ୍ୟବଧାନ) କମ ରହିବାର ସମ୍ଭାବନା ଥିବାରୁ, ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ତାତି ଅନୁକୂଳ ରହିବ ।
ସେହିପରି ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୌଦ୍ଧରେ ତାପମାତ୍ରା ୪୪ ଡିଗ୍ରୀ, ନୂଆପଡ଼ା ୪୪ ଡିଗ୍ରୀ, ଟିଟିଲାଗଡ଼ ୪୩.୮ ଡିଗ୍ରୀ, ବଲାଙ୍ଗିର ୪୩.୭ ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ରେ ୪୩ ଡିଗ୍ରୀ, ଝାରସୁଗୁଡ଼ା ୪୨.୭ ଡିଗ୍ରୀ, ମାଲକାନଗିରି ୪୨.୬ ଡିଗ୍ରୀ, ସମ୍ୱଲପୁର, ତାଳଚେର ୪୨.୫ ଡିଗ୍ରୀ, କେନ୍ଦୁଝର୪୨.୪ ଡିଗ୍ରୀ, ହୀରାକୁଦ ୪୨.୩ ଡିଗ୍ରୀ, ବାରିପଦା ୪୨.୨ ଡିଗ୍ରୀ, ଅନୁଗୁଳ ୪୨.୧ ଡିଗ୍ରୀ, ସୁନ୍ଦରଗଡ଼୪୨ ଡିଗ୍ରୀ, ଢେଙ୍କାନାଳ ଓ ଫୁଲବାଣୀରେ ୪୧.୬ ଡିଗ୍ରୀ, ସୋନପୁର୪୧.୩ ଡିଗ୍ରୀ, ରାଉରକେଲା୪୧ ଡିଗ୍ରୀ, ପାରଳାଖେମୁଣ୍ଡି ଓ ଯାଜପୁରରେ ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାୟଗଡ଼ାରେ ୪୦.୪ ଡିଗ୍ରୀ, ଚାନ୍ଦବାଲି ୪୦.୨ ଡିଗ୍ରୀ, ନବରଙ୍ଗପୁର ଓ ଖୋର୍ଦ୍ଧାରେ ୪୦ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ବରଗଡ ୩୯.୬ ଡିଗ୍ରୀ, ଛତ୍ରପୁର ୩୯.୬ ଡିଗ୍ରୀ, କେନ୍ଦ୍ରାପଡ଼ା ୩୯.୨ ଡିଗ୍ରୀ, ଦେବଗଡ଼ ୩୯.୨ ଡିଗ୍ରୀ,କଟକ ୩୯ ଡିଗ୍ରୀ, କୋରାପୁଟ ୩୮.୨ ଡିଗ୍ରୀ, ଦାରିଙ୍ଗବାଡ଼ି ୩୮ ଡିଗ୍ରୀ, ଜଗତସିଂହପୁର ୩୭.୭ ଡିଗ୍ରୀ, ବାଲେଶ୍ୱର ୩୬.୯ ଡିଗ୍ରୀ, ଭଦ୍ରକ ୩୬ ଡିଗ୍ରୀ, ପୁରୀ ୩୪.୬ ଡିଗ୍ରୀ, ପାରାଦୀପ ୩୩.୬ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking