30.1 C
Bhubaneswar
Saturday, May 18, 2024
Homeଓଡିଶାଚାକିରି ନାଁରେ ଠକେଇ, କୋର୍ଟ କର୍ମଚାରୀଙ୍କ ସମେତ ୩ ଗିରଫ

ଚାକିରି ନାଁରେ ଠକେଇ, କୋର୍ଟ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର: ଚାକିରି ଦେବା ନାଁରେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ କୋର୍ଟ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଘଷିପୁରା ଗ୍ରାମ୍ୟ ନ୍ୟାୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ପୁରୀର ଟୁଲୁ ମଲ୍ଲିକ(୩୫), ଆନନ୍ଦପୁର ଥାନା ଅନ୍ତର୍ଗତ କାଠିଆସରା ଗ୍ରାମର ଜୀବନାନନ୍ଦ ସାମଲ(୪୦) ଓ ଯଶୋବନ୍ତ ସାମଲ(୨୮) । ସମ୍ପୃକ୍ତ ଅଭିଯୁକ୍ତମାନେ ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବା ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ପ୍ରକାଶଥାଉ କି, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିକ୍ୟୁରିଟି ଗାର୍ଡ ପାଇଁ ଟେଣ୍ଡର ବାହାରିବ ଏବଂ ଉକ୍ତ ଟେଣ୍ଡର କାମ କଟକ ଅଞ୍ଚଳର ସେଫେଣ୍ଡ ସିକ୍ୟୁଓର ସଲ୍ୟୁସନ ପ୍ରାଇଭେଟ ଲିଃ ନାମରେ କରାଇ ଦେବାକୁ କହି ଉକ୍ତ ସଂସ୍ଥାର ମୁଖ୍ୟ ଚିତ୍ତରଞ୍ଜନ ଅଧିକାରୀଙ୍କଠାରୁ ୫୦ ହଜାର ଟଙ୍କା ନେଇଥିଲେ । କିନ୍ତୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ କୌଣସି ଅର୍ଡର ନ ପାଇବାରୁ ସନ୍ଦେହ ହେବାରୁ ଶ୍ରୀ ଅଧିକାରୀ ଟାଉନ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଥିବାରୁ ବ୍ୟବହାର କରିଥିବା ବାଇକ୍ ନମ୍ବର ଦେବା ପରେ ପୁଲିସ ସେହି ଆଧାରରେ ତଦନ୍ତ କରିଥିଲା । ସିସିଟିଭିରୁ ଗାଡ଼ି ନମ୍ବର ମିଳିବା ପରେ ସେମାନଙ୍କ ଠିକଣା ଜଣାପଡ଼ିଥିଲା । ପରେ କେନ୍ଦୁଝର ସହର ଗାନ୍ଧୀ ଛକ ନିକଟସ୍ଥ ନିୟୁ ମୟୁର ଲଜ୍‌ରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ତଦନ୍ତ ସମୟରେ ଟାଟା ମେମୋରିଆଲ ହସ୍ପିଟାଲ ଯୋଡ଼ା, ଡିଏମ୍‌ଏଫ୍ ଓ ଆପୋଲୋ ଫାର୍ମାସି ଆଦି ସଂସ୍ଥା ନାମରେ ନିଯୁକ୍ତିପତ୍ର ଏବଂ ବିଭିନ୍ନ କମ୍ପାନୀର ଷ୍ଟାମ୍ପ୍ ଅଭିଯୁକ୍ତଙ୍କଠାରୁ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking