40.1 C
Bhubaneswar
Thursday, April 25, 2024
Homeଖେଳଆଇଡବ୍‌ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ : ହର୍ଷଦାଙ୍କୁ ରେକର୍ଡ ସ୍ୱର୍ଣ୍ଣ

ଆଇଡବ୍‌ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ : ହର୍ଷଦାଙ୍କୁ ରେକର୍ଡ ସ୍ୱର୍ଣ୍ଣ

ହେରାକଲିଅନ୍‌: ଏଠାରେ ଆରମ୍ଭ ହୋଇଥିବା ଆଇଡବ୍‌ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ୱେଟ୍‌ଲିଫ୍ଟର ହର୍ଷଦା ଶରଦ ଗରୁଡ଼ ରେକର୍ଡ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ମହିଳା ୪୫ କିଗ୍ରା ଓଜନ ବର୍ଗରେ ସେ ମୋଟ ୧୫୩ କିଗ୍ରା ଭାର ଉଠାଇ ଭାରତ ପାଇଁ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣପଦକ ଅର୍ଜନ କରିଛନ୍ତି । ହର୍ଷଦା ସ୍ନାଚ୍‌ରେ ୭୦ କିଗ୍ରା ଉଠାଇ ଏକ ନମ୍ବରରେ ରହିଥିବା ବେଳେ କ୍ଲିନ୍ ଏଣ୍ଡ୍ ଜର୍କରେ ୮୩ କିଗ୍ରାର ଭାର ଉତ୍ତୋଳନ ଦ୍ୱିତୀୟ ସର୍ବଶ୍ରେଷ୍ଠ ରହିଥିଲା । ଏହି ଇଭେଣ୍ଟ୍‌ରେ ତୁର୍କୀର ବେକଟାସ୍ ଚାନ୍‌ସୁ ୧୫୦ କିଗ୍ରା ଓଜନ ସହ ରୌପ୍ୟ ଓ ମୋଲ୍‌ଡୋଭାର ହିନ୍‌କୁ ଟିଓଡୋରା-ଲୁମିନିଟା ୧୪୯ କିଗ୍ରା ସହ ବ୍ରୋଞ୍ଜ୍ ପଦକ ପାଇଛନ୍ତି । ଏହି ଓଜନ ବର୍ଗରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅଞ୍ଜଳି ପଟେଲ୍ ୧୪୮ କିଗ୍ରା ଓଜନ ଉଠାଇ ପଞ୍ଚମ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗିତାରେ ପୂର୍ବରୁ ମୀରାବାଈ ଚାନୁ ଓ ଅଚିନ୍ତା ଶିଉଲି ଯଥାକ୍ରମେ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking