32.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ୍ ମୃତକଙ୍କ ଶବଦାହକୁ ବିରୋଧ, ଗାଁ’ରୁ କଟକକୁ ଫେରାଇନେଲା ପ୍ରଶାସନ

କୋଭିଡ୍ ମୃତକଙ୍କ ଶବଦାହକୁ ବିରୋଧ, ଗାଁ’ରୁ କଟକକୁ ଫେରାଇନେଲା ପ୍ରଶାସନ

ମାହାଙ୍ଗା : ମାହାଙ୍ଗା ଅଞ୍ଚଳର ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଗାଁ ଶ୍ମଶାନରେ ଦାହ କରିବାକୁ ବିରୋଧ କରିଥିଲେ ଗ୍ରାମବାସୀ । ଫଳରେ ବାଧ୍ୟ ହୋଇ ପ୍ରଶାସନ ଶବକୁ କଟକ ନେଇଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା କୁଣ୍ଡି ଗ୍ରାମରେ । ଯାଜପୁର ଅଞ୍ଚଳର ଜଣେ ବିବାହିତା ମହିଳା ଗତ କିଛି ଦିନ ତଳେ ମାହାଙ୍ଗା ବ୍ଲକ୍ ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ସେ କୋଭିଡ୍‌ର ଶିକାର ହୋଇ ସଂଗରୋଧରେ ରହୁଥିବାବେଳେ ହଠାତ୍‌ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମୂଳବସନ୍ତ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବ୍ଲକ୍ ପ୍ରଶାସନ ପକ୍ଷରୁ ଶବଦାହ ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ମାହାଙ୍ଗା ବ୍ଲକ୍ କୁଣ୍ଡି  ଶ୍ମଶାନକୁ ନିଆ ଯାଇଥିଲା । ବିଡିଓ ନିହାର ରଞ୍ଜନ ମଲିକ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ମେଡିକାଲ ଷ୍ଟାଫ୍ ଓ ପୁଲିସ ଏଏସ୍‌ଆଇ ହାପିଜ୍ ଖାଁଙ୍କ ସମେତ ପୁଲିସ କର୍ମଚାରୀମାନେ ଉକ୍ତ ଶବ ସହ କୁଣ୍ଡି ଶ୍ମଶାନ ନିକଟରେ ପହଞ୍ଚି ଥିଲେ । କିନ୍ତୁ ଖବରପାଇ ସ୍ଥାନୀୟ ଅଞ୍ଚଳବାସୀ ଶ୍ମଶାନ ନିକଟରେ ପହଞ୍ଚି ଶବକୁ ସେଠାରେ ଦାହ ନକରିବାକୁ ଜିଦ୍ ଧରିଥିଲେ । ଫଳରେ ସେଠାରେ ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିଲା । କୌଣସି ସମାଧାନର ବାଟ ନଫିଟିବାରୁ ଏବଂ ଲୋକଙ୍କ ବିରୋଧ ଯୋଗୁଁ ବାଧ୍ୟହୋଇ ପ୍ରଶାସନ ଶବ ସେଠାରେ ନପୋଡ଼ି କଟକକୁ ଫେରାଇ ଆଣିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବିଡିଓ ନିହାର ରଞ୍ଜନ ମଲିକଙ୍କୁ ପଚାରିବାରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ସେଠାରେ ଶବ ଦାହ ହୋଇପାରିଲା ନାହିଁ । ଆମେ ବାଧ୍ୟହୋଇ କଟକ ପଠାଇବାକୁ ବ୍ୟବସ୍ଥା କରୁଛୁ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking