26.1 C
Bhubaneswar
Tuesday, May 7, 2024
Homeଓଡିଶାକୋଭିଡ଼ ସେଣ୍ଟରେ ଅବ୍ୟବସ୍ଥା, ଧାରଣାରେ ବସିଲେ ଆକ୍ରାନ୍ତ

କୋଭିଡ଼ ସେଣ୍ଟରେ ଅବ୍ୟବସ୍ଥା, ଧାରଣାରେ ବସିଲେ ଆକ୍ରାନ୍ତ

ତାଳଚେର :  କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ  ସରକାର ବିଭିନ୍ନ ସ୍ଥାନରେ କୋଭିଡ୍ ସେଣ୍ଟର ଖୋଲିଛନ୍ତି । ତେବେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ପାଇଁ ବିଭିନ୍ନ କୋଭିଡ୍ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ତାଳଚେର ଟାଉନ୍ ଆଦର୍ଶ କୋଭିଡ଼ ସେଣ୍ଟର ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ ।  ଅନ୍ୟପକ୍ଷରେ ଏଠାରେ ଥିବା ବିଭିନ୍ନ ଅବ୍ୟବସ୍ଥାକୁ ବିରୋଧ କରି କୋଭିଡ୍ ଆକ୍ରାନ୍ତମାନେ ଆଜି ବାଧ୍ୟହୋଇ ଆନ୍ଦୋଳନ କରିଥିଲେ । ଯାହାକୁ ନେଇ ସମଗ୍ର ତାଳଚେରରେ ମୁଖ୍ୟ ଆଲୋଚନାର  ପ୍ରସଙ୍ଗ ପାଲଟିଛି। ସୂଚନା ଅନୁଯାୟୀ, କରୋନା ସଂକ୍ରମିତ ସଂଖ୍ୟା ବୁଦ୍ଧି ପାଉଥିବାକୁ ନେଇ ତାଳଚେର ପୌରପରିଷଦ ପକ୍ଷରୁ ୱାର୍ଡ଼ ନଂ-୧ ସ୍ଥିତ ବୀରବରପଲ୍ଲୀ ଆଦର୍ଶ ବିଦ୍ୟାଳୟ ଠାରେ ଅସ୍ଥାୟୀ କୋଭିଡ଼ ସେଣ୍ଟର୍ ଖୋଲାଯାଇଛି ।

ତେବେ ଏଠାରେ କୋଭିଡ଼ ଆକ୍ରାନ୍ତମାନଙ୍କୁ ପ୍ରଶାସନ ଛାଡ଼ିଦେଇ  ଅଚିନ୍ତାରେ ଥିବାବେଳେ ଆକ୍ରାନ୍ତମାନେ ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଅଭିଯୋଗ ଅନୁଯାୟୀ ଉକ୍ତ ସେଣ୍ଟରରେ ପାଇଖାନା ଥିଲେ ମଧ୍ୟ ଏଗୁଡ଼ିକ କାର୍ଯ୍ୟକାରୀ ହେଉନଥିବାରୁ ସେଠାରେ ଆଣ୍ଠୁଏ ଆଣ୍ଠୁଏ ଆବର୍ଜନା ପାଣି ଜମି ରହିଛି । ଯାହା ଫଳରେ କି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।  ଆକ୍ରାନ୍ତମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି । ସେମାନେ ବ୍ୟବହାର କରୁଥିବା ବେଡ଼ସିଟ୍‌, ଚଦର, ଲାଟିନ୍‌, ବାଥ୍‌ରୁମ୍ ଆଦୌ ସଫା କରାଯାଉନାହିଁ । ଏନେଇ ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ  କିଛି ସୁଫଳ ମିଳୁନାହିଁ ।  ଏହି  କୋଭିଡ଼ ସେଂଟରରେ ଅକ୍ସିଜେନ୍‌, ଭେଟିଂଲେଟର୍ ମଧ୍ୟ ନାହିଁ । ଏପରିକି ଆଜି ସକାଳେ ଚିକିତ୍ସା ଓ ଅକ୍ସିଜେନ୍ ଅଭାବରୁ ଦୁଇ ଜଣ ରୋଗୀ ମୃତ୍ୟୁବରଣ କରିଥିବା  ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି ।

ତେବେ ଏନେଇ ଖବର ପାଇ ତାଳଚେର ପୌରପରିଷ ଅଧିକାରିଣୀ  ରଶ୍ମିରେଖା ଅମାନ୍ତ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ବ୍ୟବହୃତ ପିପିଇ କିଟ୍ ଓ ସଂକ୍ରମିତମାନେ ବ୍ୟବହାର କରୁଥିବା ଲୁଗାପଟା ଏକ ବନ୍ଦ କୋଠରୀ ରଖିବା ପରିବର୍ତ୍ତେ ତାକୁ ଏଣେତେଣେ ପକାଇ ଦିଆଯାଉଥିବାରୁ ସେହି ଅଞ୍ଚଳର ଯୁବକ ସଂଗ୍ରାମ କେଶରୀ ବୀରବର୍ମା ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏଥିସହ  ସେହି ଅଞ୍ଚଳଟିକୁ ପ୍ରତିଦିନ ସାନିଟାଇଜ୍ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking