27.1 C
Bhubaneswar
Tuesday, May 7, 2024
Homeଓଡିଶାଫ୍ଲିପକାର୍ଟ ହବ୍ ପାଲଟିବ ସୁପରସ୍ପ୍ରେଡର, ଆତଙ୍କିତ ସହରବାସୀ

ଫ୍ଲିପକାର୍ଟ ହବ୍ ପାଲଟିବ ସୁପରସ୍ପ୍ରେଡର, ଆତଙ୍କିତ ସହରବାସୀ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ଥିବା ଫ୍ଲିପକାର୍ଟ ହବ୍ ସୁପର ସ୍ପ୍ରେଡର ପାଲଟିଯିବ ବୋଲି ସହରରେ ଭୟଘାରିଛି । ପୁରୁଣାପାଟଣା ନାକାସ୍ଥଳୀ ନିକଟରେ ଥିବା ଫ୍ଲିପକାର୍ଟ ହବର ତଥା ଗୋଦାମର ମ୍ୟାନେଜର, ସୁପରଭାଇଜର ଓ ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ମଙ୍ଗଳବାର ହଠାତ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା କର୍ମଚାରୀ ଜଣକ ହବ୍ ବା ଗୋଦାମ ମଧ୍ୟକୁ ଚାଲିଆସିଥିଲେ । ଟେବୁଲ୍ ଚେୟାର ବ୍ୟବହାର କରିବା ଏପରିକି କମ୍ପ୍ୟୁଟର ସମସ୍ତ ଜିନିଷ ସ୍ପର୍ଶ କରିଥିଲେ ।

ଯାହାକୁ ଦେଖି ଅନ୍ୟ ସମସ୍ତ କର୍ମଚାରୀ ଆତଙ୍କିତ ହୋଇଛନ୍ତି । ଏଠାରେ କାମ କରୁଥିବା ୩୦ରୁ ଊର୍ଦ୍ଧ୍ୱ ଡେଲିଭରୀ ବୟ ମଧ୍ୟରେ ୭ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଆକ୍ରାନ୍ତ ଥିବା ମ୍ୟାନେଜରଙ୍କ ସହ କିପରି କାମ କରିବୁ ବୋଲି ଅଭିଯୋଗ କରିଛନ୍ତି । ଅପରପକ୍ଷରେ କାମକୁ ନ ଆସିଲେ ବାହାର କରି ଦିଆଯିବ ବୋଲି ଧମକ ଦେଉଥିବାରୁ ଭୟଭୀତ ଅବସ୍ଥାରେ କର୍ମଚାରୀ କାମ କରୁଥିବା କହିଛନ୍ତି । କାର୍ଯ୍ୟରତ ସମସ୍ତ ଡେଲିଭର ବୟ ଜିନିଷ ଆଦାନ ପ୍ରଦାନ କରିବା ଲାଗି ସମଗ୍ର ସହର ସମେତ ଅଞ୍ଚଳରେ ଡେଲିଭରି କରନ୍ତି। ଏଥିଯୋଗୁଁ ଏହି ଫ୍ଲିପକାର୍ଟ ହବ୍ ପାଲଟିବ କି ସୁପର ସ୍ପ୍ରେଡର ସେଣ୍ଟର ବୋଲି ସହରବାସୀଙ୍କୁ ଭୟ ଘାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking