36.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶବିବାହ ପାଇଁ ମନା କରିବାକରୁ ଯୁବତୀଙ୍କ ସହ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ବିବାହ ପାଇଁ ମନା କରିବାକରୁ ଯୁବତୀଙ୍କ ସହ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲକ୍ଷ୍ନୌ: ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ମିଳିଲା ଅକଥନୀୟ ନିର୍ଯାତନା । ରାସ୍ତା ଉପରୁ ଉଠାଇ ନେଇ ୩ ଦିନ କାଳ ବନ୍ଦୀ କରି ରଖିଲେ । ଏହା ମଧ୍ୟରେ ପିଶାଚ ଅଭିଯୁକ୍ତଜଣକ ଯୁବତୀଙ୍କୁ ବଳାତ୍କାର କରିବା ସହ ତାଙ୍କ ମୁହଁକୁ ଗରମ ଲୁହା ରଡ଼ରେ ଚେଙ୍କ ଦେବାକୁ ପଛାଇ ନାହିଁ । ଏପରି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର କ୍ଷେରି ଅଞ୍ଚଳରେ ଘଟିଛି । ଘଟଣା ଦିନ ଯୁବତୀଜଣକ ଘରକୁ ଏକୁଟିଆ ଫେରୁଥିବା ବେଳେ ଅଭିଯୁକ୍ତଜଣକ ତାଙ୍କୁ ରାସ୍ତାରୁ ଉଠାଇ ନିଜ ଘରକୁ ନେଇ ଯାଇଥିଲେ ।

ସେଠାରେ ସେ ତାଙ୍କୁ ୩ ଦିନ କାଳ ବନ୍ଦୀ କରି ରଖିଥିଲେ । ଏହା ମଧ୍ୟରେ ସେ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ଯୁବତୀଙ୍କ ମୁହଁକୁ ଗରମ ଲୁହା ରଡରେ ଚେଙ୍କ ଦେଇଥିଲେ । ଏପରିକି ଅଭିଯୁକ୍ତଜଣକ ଚେଙ୍କ ଦେଇ ଯୁବତୀଙ୍କ ମୁହଁରେ ନିଜ ନାମ ଲେଖି ଦେଇଥିବା ଜଣାଯାଇଛି । ଯୁବତୀଙ୍କ ମା’ ଝିଅ ନିଖୋଜ ନେଇ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୩ ଦିନ ପରେ କୌଣସି ପ୍ରକାରେ ଯୁବତୀଜଣକ ସେଠାରୁ ଗତ ୨୧ ତାରିଖରେ ଖସି ଆସିଥିଲେ । ଅଭିଯୁକ୍ତଜଣକ ନିଜ ମା’ ଓ ଭଉଣୀଙ୍କ ଉପସ୍ଥିତିରେ ଏପରି କରୁଥିଲେ ବି ସେମାନେ ତାଙ୍କୁ ରକ୍ଷା କରୁ ନଥିବା ଯୁବତୀଜଣକ ପୁଲିସ୍‌? ସମ୍ମୁଖରେ କହିଥିଲେ । ପୁଲିସ୍ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking