28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶବିଚ୍ ରାସ୍ତାରେ ଖଣ୍ଡା ଧରି ବୁଲିଲେ; ଯାହାକୁ ପାଇଲେ ତାକୁ ହାଣିଲେ

ବିଚ୍ ରାସ୍ତାରେ ଖଣ୍ଡା ଧରି ବୁଲିଲେ; ଯାହାକୁ ପାଇଲେ ତାକୁ ହାଣିଲେ

ବ୍ୟୁରୋ: ବିଚ୍ ରାସ୍ତାରେ ହାତରେ ଖଣ୍ଡା ଧରି ବୁଲିଲେ । ରାସ୍ତା ମଝିରେ ଖେଳାଇଲେ ଆତଙ୍କ । ଯାହାକୁ ପାଇଲେ ତାକୁ ଗୋଡେଇ ଗୋଡେଇ ହାଣିଲେ । ଏଥିର ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବ୍ରିଟେନର ରାଜଧାନୀ ଲଣ୍ଡନରେ ଘଟିଛି ଏଭଳି କିଛି ଘଟଣା । ଉତ୍ତର-ପୂର୍ବ ଲଣ୍ଡନର ଟ୍ୟୁବ୍‌ଷ୍ଟେସନ୍ । ଏଠାରେ ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ବିଚ୍ ରାସ୍ତାରେ ବୁଲି ଥିଲେ । କେବଳ ସେତିକି ନୁହେଁ ଲୋକଙ୍କୁ ଗୋଡାଇ ଗୋଡାଇ ତାଙ୍କୁ ଖଣ୍ଡାରେ ଆକ୍ରମଣ ମଧ୍ୟ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା । ଲୋକେ ଭୟରେ ଏପଟ ସେପଟେ ଦୌଡିବାକୁ ଲାଗିଥିଲେ ।

ସେପଟେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତିର ବୟସ ୩୬ ବର୍ଷ ହେବ । ମେଟ୍ରୋପଲିଟାନ ପୁଲିସର କହିବା ମୁତାବକ, ସନ୍ଦିଗ୍ଧ ବ୍ୟକ୍ତି ଜଣକ ଅନେକ ଲୋକ ସମେତ ଦୁଇ ଜଣ ପୁଲିସ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି । ତେବେ ଏହା କୌଣସି ଆତଙ୍କବାଦୀ ଘଟଣା ନୁହେଁ । ମେଟ୍ରୋପଲିଟନ ପୁଲିସର ଡେପୁଟି ଆସିଷ୍ଟାଣ୍ଟ କମିଶନରଙ୍କ କହିବା ମୁତାବକ, ଆଜି ସକାଳୁ ହେନାଲ୍ଟ ଷ୍ଟେସନ ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ତାଙ୍କ ପାଇଁ ଏହା ଏକ ଭୟାନକ ଘଟଣା ଥିଲେ । ଏଥିସହ ଆହତଙ୍କ ପ୍ରତି ସେ ନିଜ ସମବେଦନା ଜଣାଇଛନ୍ତି । ସେପଟେ ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଷ୍ଟେସନ ଓ ରାସ୍ତା ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking