27.1 C
Bhubaneswar
Saturday, July 27, 2024
Homeଓଡିଶାକାଳବୈସାଖୀ ବଜ୍ରପାତରେ ଛାତ୍ର ମୃତ, ୨ ଆହତ

କାଳବୈସାଖୀ ବଜ୍ରପାତରେ ଛାତ୍ର ମୃତ, ୨ ଆହତ

ଯାଜପୁର : ଯାଜପୁରରୋଡ଼ରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି | ଛାତ୍ର ଜଣଙ୍କ ହେଲେ ଜେନାପୁର ଥାନା ଗଡ଼ମଧୁପୁର ଅଞ୍ଚଳର ସୁଦର୍ଶନ ଧୀରଙ୍କ ପୁଅ ଅରମାନ ଧୀର (୧୬) | ସୂଚନା ଅନୁଯାଇ ଅରମାନ ବ୍ୟାସନଗର ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ଛାତ୍ର | ସେ ମହତାବ ନଗର ତାଙ୍କ ପଇସା ପ୍ରଦୀପ ପଟ୍ଟନାୟକଙ୍କ ଘରେ ରହି ପାଠ ପଢୁଥିଲେ | ସେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ହଠାତ କାଳ ବୈସାଖୀ ଆରମ୍ଭ ହୋଇ ବଜ୍ରପାତ ଘଟିଥିଲା | ଏହି ସମୟରେ ଅରମାନଙ୍କ ଛାତିରେ ବଜ୍ରାଘାତ ହେବା ସଙ୍ଗେ ଅନ୍ୟ ୨ ଜଣଙ୍କୁ ସମାନ୍ୟ ଆଘାତ ହୋଇଥିଲା | ସେମାନଙ୍କୁ ସଙ୍ଗେ ସଙ୍ଗେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା | ସେଠାରେ ଆରମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଅନ୍ୟ ୨ ଜଣଙ୍କୁ ଚିକିତ୍ସା ପରେ ଘରକୁ ଛାଡିଦେଇଥିଲେ | ଖବର ପାଇ ଯାଜପୁରରୋଡ଼ ପୋଲିସ ପହଞ୍ଚି ମୃତ ଛାତ୍ରଙ୍କ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି | ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଛାତ୍ର ପରିବାର ଲୋକଙ୍କ କ୍ରନ୍ଦନରେ ଫାଟିପଡିବା ସହ ଏକ ଶୋକାକୁଳ ପରିବେସ ସୃଷ୍ଟି କରିଥିଲା | କାଳବୈସାଖୀ ପ୍ରଭାବରେ ଜୋରେ ପବନ ବୋହିବା ସହ ବର୍ଷା ହୋଇଥିଲା ଫଳରେ ବୋହୁ ସ୍ଥାନରେ ଗଛଡାଳ ଭାଙ୍ଗିବା ସହ ସହରରେ ବିଦ୍ୟୁତ ବ୍ୟାହତ ହୋଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking