32.1 C
Bhubaneswar
Friday, May 17, 2024
Homeଦେଶ ବିଦେଶ୨ ସନ୍ତାନକୁ ଧରି କୂଅକୁ ଡେଇଁଲା ମା’; କାହିଁକି ଜାଣିଛନ୍ତି....

୨ ସନ୍ତାନକୁ ଧରି କୂଅକୁ ଡେଇଁଲା ମା’; କାହିଁକି ଜାଣିଛନ୍ତି….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚିତ୍ରକୁଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କର ଦୁଇଜଣ ସନ୍ତାନ ସହିତ କୂଅକୁ ଡେଇଁ ଜୀବନ ହାରି ଦେଇଛନ୍ତି । ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଚିତ୍ରକୁଟର ପୁଲିସ ଇନ୍ସପେକ୍ଟର ଅରୁଣ କୁମାର ସିଂହ କହିଛନ୍ତି, ଗ୍ରାମରେ ରହୁଥିବ ସାବିତ ତାଙ୍କ ମା’ଙ୍କୁ ମାମୁଁ ଘରକୁ ଯିବାପାଇଁ ୨୦୦ଟଙ୍କା ଦେଇଥିଲେ । ଏହାପରେ ସେ ନିଜର ଚିକିତ୍ସା ପାଇଁ ହସ୍ପିଟାଲ ଚାଲି ଯାଇଥିଲେ ।

ହସ୍ପିଟାଲ ଯିବା ବାଟରେ ସ୍ତ୍ରୀ ଅଞ୍ଜୁ ଫୋନରେ ସାବିତଙ୍କ ସହ ମା’ଙ୍କୁ ଟଙ୍କା ଦେବା ଘଟଣାକୁ ନେଇ ଖୁବ ଝଗଡ଼ା କରିଥିଲେ । ସ୍ତ୍ରୀଙ୍କ କଥାରେ ବିରକ୍ତ ହୋଇ ସାବିତ ଫୋନ କାଟି ସୁଇଜ ଅଫ କରି ଦେଇଥିଲେ । ସନ୍ଧ୍ୟାରେ ସେ ଯେତେ?ବେଳେ ଘରକୁ ଫେରିଥିଲେ ଘରେ ସ୍ତ୍ରୀ କି ଦୁଇପିଲା କାହାରିକୁ ଦେଖିବାକୁ ପାଇ ନଥିଲେ । ପଡ଼ିଶାରେ ପଚାରିବାରୁ ସେମାନେ କିଛି ଜାଣି ନଥିବା କହିଥିଲେ । ଏହାପରେ ସାବିତ ସମ୍ପର୍କୀୟଙ୍କୁ ଫୋନ କରି ସ୍ତ୍ରୀ ଓ ଦୁଇ ପିଲାଙ୍କ ସମ୍ପର୍କରେ ପଚାରିଥିଲେ । ସେମାନେ ବି ଏ ବିଷୟରେ କିଛି ଜାଣି ନଥିବା କହିଥିଲେ । ରାତି ପାହି ସକାଳ ହେବାପରେ ଗାଁ ନିକଟସ୍ଥ କୂଅରେ ଜଣେ ମହିଳାଙ୍କ ସମେତ ଦୁଇପିଲା ଭାସୁଥିବା ଲୋକେ ଦେଖି ସାବିତଙ୍କୁ ଖବର ଦେଇଥିଲେ । ସାବିତ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ କୂଅରେ ଭାସୁଥିବା ମହିଳା ଓ ଦୁଇପୁଅ ହିଁ ସାବିତଙ୍କ ସ୍ତ୍ରୀ ଅଞ୍ଜୁ ଦୁଇଛୁଆ ସୁଧୀର ଓ ସୁଦୀପ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking