17.1 C
Bhubaneswar
Friday, January 17, 2025
Homeସ୍ୱାସ୍ଥ୍ୟଅଧିକ ଲୁଣ ଖାଇବା ହୋଇଥାଏ ହୃଦ୍‌ଘାତର କାରଣ

ଅଧିକ ଲୁଣ ଖାଇବା ହୋଇଥାଏ ହୃଦ୍‌ଘାତର କାରଣ

ଭୁବନେଶ୍ୱର : ଲୁଣ ବିନା ଖାଦ୍ୟ ସ୍ଵାଦହୀନ ବୋଲି କୁହାଯାଏ। କିଛି ବ୍ୟକ୍ତି ଖାଦ୍ୟରେ ଅଧିକ ଲୁଣ ମଧ୍ୟ ଖାଇଥା’ନ୍ତି। ତେବେ ଅଧିକ ଲୁଣ ଖାଇବା ମଣିଷ ପାଇଁ ଘାତକ ସାଜିପାରେ । ଇତିମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଅଧିକ ଲୁଣ ଖାଇ ବର୍ଷକୁ ୨୦ ଲକ୍ଷ ବ୍ୟକ୍ତି ପ୍ରାଣ ହରାଉଥିବା ଜଣାପଡ଼ିଛି। ଅଧିକମାତ୍ରାରେ ଲୁଣ ଖାଇବା ଦ୍ବାରା ରକ୍ତଚାପ ବଢ଼ିଥାଏ, ଯାହାକି ପରବର୍ତ୍ତୀ ସମୟରେ ହୃଦ୍‌ଘାତର କାରଣ ହୋଇଥାଏ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନିମ୍ନମାନର ଖାଦ୍ୟ ଖାଇବା ଫଳରେ ବିଶ୍ବରେ ବର୍ଷକୁ ପ୍ରାୟ ୮୦ ଲକ୍ଷ ବ୍ୟକ୍ତି ପ୍ରାଣ ହରାଉଥିବାବେଳେ ଅଧିକ ଲୁଣ ଖାଇ ପାଖାପାଖି ୨୦ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି। ଅଧିକ ଲୁଣ ଖାଇ ହୃଦ୍‌ଘାତରେ ବହୁ ଲୋକ ପ୍ରାଣ ହରାଉଥିବାବେଳେ ବୃକକ୍‌ ରୋଗରେ ପୀଡ଼ିତ ହୋଇ ମଧ୍ୟ ଅନେକ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ପେଟରୋଗ, ମେଦବହୁଳତା ଓ ଗ୍ୟାଷ୍ଟ୍ରିକ୍‌ କର୍କଟ ରୋଗ ସୃଷ୍ଟି ପଛରେ ଅଧିକ ଲୁଣ ଖାଇବା ଅନ୍ୟତମ କାରଣ ବୋଲି ଦର୍ଶାଯାଇଛି। ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking