33.1 C
Bhubaneswar
Monday, May 6, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ସାଥିରେ ଅଛନ୍ତି, ମୁଁ ନିମିତ୍ତ ମାତ୍ର : ପ୍ରଣବ ପ୍ରକାଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ସାଥିରେ ଅଛନ୍ତି, ମୁଁ ନିମିତ୍ତ ମାତ୍ର : ପ୍ରଣବ ପ୍ରକାଶ

ଭୁବନେଶ୍ୱର : ସାରା ଓଡିଶା ଏକପରିବାର।ବିଜୁ ଜନତା ଦଳ ଏକ ପରିବାର।ଏ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକ ସବୁବେଳେ ଆମ ସାଥିରେ ଅଛନ୍ତି।ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି।ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏଅଞ୍ଚଳର ସ୍ୱର ଶାଣିତ କରିବି।ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚଜ ଣସାଂସଦକୁ ଆପଣମାନେ ନିର୍ବାଚିତ କରି ପଠାଇଲେ। ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି।ବିଜୁ ଜନତା ଦଳ ଉପରେ ଭରସା ରଖନ୍ତୁ।ଏଥର ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ମାରାଥନ ପ୍ରଚାର ସମୟରେ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

ଆଜି ତାଳଚେରରେ ମାହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲଭିବା ପରେ ପ୍ରଚାରକାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଣବପ୍ରକାଶ।ତାଳଚେରରୁ ଛେଣ୍ଡିପଦା ଓ ପରେ ଦେବଗଡ ଜିଲ୍ଲାରି ଆମାଳରେ ପହଞ୍ଚିଥିଲେ।ପ୍ରଣବପ୍ରକାଶଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ସମ୍ବଲପୁର ଲୋକସଭାକ୍ଷେତ୍ରର ଆବାଳ ବୃଦ୍ଧବନିତାତାଙ୍କୁ ସହୃଦୟେ ଗ୍ରହଣକରୁଥିବା ଦେଖି ସେ ଭାବବିହ୍ଵଳ ହୋଇଥିଲେ।ଏହି ଅବସରରେ ଆୟୋଜିତ ସଭାରେ ସେ କହିଥିଲେ।ଏଭଳି ଭଲପାଇବା ଦେଉଥିବାରୁ ମୁଁ ଆପଣଙ୍କ ପାଦତଳେ ମୁଣ୍ଡିଆ ମାରୁଛି।ଏତେ ଗରମରେ ମଧ୍ୟ ଆପଣମାନେ ଆସି ମତେସମର୍ଥନ କରିବା ହିଁ ସ୍ପଷ୍ଟ କରୁଛି ଏହା ପ୍ରଚାର ନୁହେଁ, ସ୍ନେହରସଭା।ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କ ସେବାକରିବା ପାଇଁ ମତେ ସୁଯୋଗଦେବାର ନିଷ୍ପତ୍ତିକୁ ଆପଣମାନେ ଗ୍ରହଣ କରି ସାରିଛନ୍ତି ବୋଲି ହୃଦବୋଧ ହେଉଛି।ଏଥର ଆପଣମାନେ ଦୃଢନିଶ୍ଚିତ ଥାଆନ୍ତୁ।ଯୋଡିଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ପ୍ରଣବ ପ୍ରକାଶ ବିଶ୍ୱାସର ବାର୍ତ୍ତା ଦେଇଥିଲେ।ସେହି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଣବ ପ୍ରକାଶ।ସେ କହିଥିଲେ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଛନ୍ତି।କିନ୍ତୁ ଯେଉଁ ଲୋକଙ୍କ ଭୋଟ ପାଇ ସେମାନେ ଦିଲ୍ଲୀ ଗଲେ ସେମାନଙ୍କ ଅଭାବଅସୁବିଧା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।କିଏ କଥାକହେ ଏବଂ କିଏ କାମକରେ ତାହା ଆପଣମାନେ ଭଲ ଭାବରେ ବୁଝନ୍ତୁ।ଏଥର ଆପଣଙ୍କ ଦୁଇଟି ଯାକ ଭୋଟଶଙ୍ଖ ଚିହ୍ନକୁ ଦେଇ ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking