29.1 C
Bhubaneswar
Wednesday, May 8, 2024
Homeଅପରାଧଛୁରା ମାଡ଼ କରି ବାଇକ ଲୁଟିଲେ ଦୁର୍ବୁତ୍ତ

ଛୁରା ମାଡ଼ କରି ବାଇକ ଲୁଟିଲେ ଦୁର୍ବୁତ୍ତ

ନବରଙ୍ଗପୁର : ବାଇକ ଚାଳକକୁ ଛୁରା ମାଡ଼ କରି ବାଇକ ଲୁଟିଲେ ଅଜଣା ଦୁର୍ବୁତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଂଙ୍ଗା ଥାନା ଅନ୍ତର୍ଗତ ଛାଲିପେଟା ଗ୍ରାମ ନିକଟରେ । ଘଟଣା ପ୍ରକାରେ ଛାଲିପେଟା ଗ୍ରାମର ଚନ୍ଦ୍ରସାଏ ନାଏକ (୫୦) କୋଡ଼ିଙ୍ଗା ରେ ନିଜ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଛାଲିପେଟା ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଥିବା ଜଙ୍ଗଲ ନିକଟରେ ଦୁଇ ଜଣ ଅଜଣା ଦୁର୍ବୁତ୍ତ ହାତ ମାରିଥିଲେ । ଚନ୍ଦ୍ରସାଏ ନାଏକ ସେମାନଙ୍କୁ ନିଜ ବାଇକ ରେ ଲିଫ୍ଟ ଦେବା ସକାଶେ ହାତ ମାରିଥିବା ଭାବି ନିଜର ବାଇକ ରଖିଥିଲେ । ଏହି ସମୟରେ କିଛି ବୁଝିବା ପୂର୍ବରୁ ଦୁଇଜଣ ଦୁର୍ବୁତ୍ତ ମାରଣାନ୍ତକ ଆକ୍ରମଣ କରି ଛୁରୀରେ ପେଟ ଓ ହାତରେ ମାଡ କରିଥିଲେ । ଘଟଣାସ୍ଥଳ ରେ ଚନ୍ଦ୍ର ତଳେ ପଡିଯିବା ପରେ ବାଇକ କୁ ନେଇ ଦୁଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ଚନ୍ଦ୍ର କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଦିନକୁ ଦିନ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ପୋଲିସ ର କାର‌୍ୟ୍ୟଶୈଳୀ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
https://onakhabar.com/2020/01/18/rape-case-57/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking