31.1 C
Bhubaneswar
Friday, March 29, 2024
Homeଓଡିଶାମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି କଡ଼ାକଡ଼ି

ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି କଡ଼ାକଡ଼ି

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି କଡ଼ାକଡ଼ି ଯାଉଛି । ଏଣିକି ବାଇକର ପଛ ସିଟରେ ବସିଲେ ବି ହେଲମେଣ୍ଟ ପିନ୍ଧିବାକୁ ହେବ ଏବଂ କାର୍‌ରେ ବସିଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ କାର‌୍ୟ୍ୟକାରୀ ହେବ। ସେପଟେ ୩ ମାସର ସମୟସୀମା ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜୋରିମାନା କମାଇବା ଲାଗି ବୈଠକରେ କୌଣସି ନିଷ୍ପତ୍ତି ହୋଇନି। ଏହା କେନ୍ଦ୍ରର ନିଷ୍ପତ୍ତି। ଏଥିରେ ରାଜ୍ୟ ହସ୍ତକ୍ଷେପ କରି ପାରିବ ନାହିଁ। କେନ୍ଦ୍ର ସମ୍ମତି ଦେଲେ ଜୋରିମାନା କୋହଳ ହେବ। ବର୍ତ୍ତମାନ ପର‌୍ୟ୍ୟନ୍ତ କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
https://onakhabar.com/2020/01/18/weatherfog/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking