28.1 C
Bhubaneswar
Thursday, March 28, 2024
Homeଅପରାଧବାହାଘରର କିଛି ସମୟ ଆଗରୁ ଭାବି ବରଙ୍କ ସହ ହେଲା ଏମିତି ... 

ବାହାଘରର କିଛି ସମୟ ଆଗରୁ ଭାବି ବରଙ୍କ ସହ ହେଲା ଏମିତି … 

ନୀଳଗିରି : ବାହାଘରର କିଛିସମୟ ଆଗରୁ ଭାବି ବରଙ୍କୁ ବ୍ଲେଡରେ ଆକ୍ରମଣହେବା ଘଟଣା ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି ।।ମିଳିଥିବା ସୂଚନା  ଅନୁସାରେ ନୀଳଗିରି ସୁଇଟ୍ସର ମାଲିକ ତଥା ୱାର୍ଡ ନଂ୫ର ବାସିନ୍ଦା ଅନ୍ତର‌୍ୟ୍ୟାମୀ ବେହେରାଙ୍କ ପୁଅ ମନୋଜ ବେହେରା ନିଜ ବାହାଘରର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ କାଳୀଝାଟି ଅଞ୍ଚଳକୁ ଯାଇଥିଲେ । ସେ ତିନିକୋଶିଆ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ନିସ୍ତୁକ ମାଡ଼ ମାରିବା ସହ ବ୍ଲେଡରେ ତାଙ୍କ ଉପରକୁ ଆକ୍ରମଣ କରି  ସେହି ଯୁବତୀଙ୍କୁ ବିବାହ ନ କରିବାକୁ ଧମକ ଦେଇଥିଲେ। ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରୁ ମନୋଜଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ପୁଲିସ୍ ଘଟଣାର ତଦନ୍ତ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ରେମୁଣା ଥାନା ଅନ୍ତର୍ଗତ ଆରମୂଳା ଗ୍ରାମର ଜଣେ ଯୁବତୀଙ୍କ ସହ ମନୋଜଙ୍କର ବାହାଘର ସ୍ଥିର ହୋଇଛି। ଏହି ବାହାଘର ୧୯ ତାରିଖରେ ହେବାର ଅଛି। ଏହି ଘଟଣା ପରେ ବାହାଘର ସଂପର୍କରେ ଉଭୟ ବର-କନ୍ୟା ପରିବାର ମଧ୍ୟରେ ଆଲୋଚନା ହୋଇଥିବ ବେଳେ ଏନେଇ ପୁଲସ୍ ଅଧିକ ଖୋଳତାଡ଼ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking