32.1 C
Bhubaneswar
Friday, April 26, 2024
Homeଓଡିଶାବନ୍ଧୁ ସାଜିଲା ବଇରି : ଘରେ ନିଆଁ ଲଗାଇଦେଲେ, ବାଇକ ଜଳିଗଲା

ବନ୍ଧୁ ସାଜିଲା ବଇରି : ଘରେ ନିଆଁ ଲଗାଇଦେଲେ, ବାଇକ ଜଳିଗଲା

ଖଜୁରିପଡା : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା  ନବଗୁବା ଗ୍ରାମର ସିଦ୍ଧାନ୍ତ ବାରିକ(୧୮)ଙ୍କ ଘରେ ସୋମବାର ରାତ୍ରରେ କେହି ନିଆଁ ଲଗାଇ ଦେବାଫଳରେ ତାଙ୍କର ଗ୍ଳାମର ବାଇକ୍ ନମ୍ବର ଓଡ଼ି-୧୨ସି-୬୭୧୯ ଜଳି ଯାଇଛି । ଏଥି ସହିତ ଘରର ବହୁ ଆସବାସ ମଧ୍ୟ ପୋଡ଼ି ଯାଇଛି । ଏନେଇ ଯୁବକ ଜଣକ ଖଜୁରିପଡ଼ା ଥାନାରେ ଏକ ଏତଲା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱର ବିଷୟ ଏହି କାଣ୍ଡ ପଛରେ ତାଙ୍କର ଜଣେ ବନ୍ଧୁଥିବାର ସନ୍ଦେହ କରି ଏତଲାରେ ଦର୍ଶାଇଛନ୍ତି । ଘଟଣାଟି ସୋମବାର ବିଳମ୍ବିତ ରାତ୍ରରେ ଘଟିଛି । ବନ୍ଧୁ ବଇରୀ ସାଜିବାକୁ ନେଇ ଗାଁରେ ହଇଚଇ ସୃଷ୍ଟି ହୋଇଛି ।
ସାକାଡ଼ି ଗ୍ରାମର ଜନୈକ ଯୁବକ ହେଉଛନ୍ତି ଏତଲାକାରି ସିଦ୍ଧାନ୍ତଙ୍କ ଜଣେ ବନ୍ଧୁ । ଦୀର୍ଘଦିନଧରି ତାଙ୍କ ମଧ୍ୟରେ ଭଲ ସଂପର୍କ ଥିଲା । କିଛିଦିନ ହେଲା କୁଆଡ଼େ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିବା ବେଳେ ନିଜ ମନରେ ରାଗ ରଖି ସାକାଡ଼ି ଗ୍ରାମର ତାଙ୍କ ବନ୍ଧୁ ରାତିରେ ପେଟ୍ରୋଲ୍ ପକାଇ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଶବ୍ଦ ଓ ଦୁର୍ଗନ୍ଧ ପରେ ପଡୋଶୀ ଲୋକେ ପାଟି କରିବାରୁ ଏହି ପରିବାର ଲୋକେ ଜାଣିଥିଲେ । ତେବେ ପରିବାର ଓ ସାହି ପଡ଼ିଶା ଲୋକେ ନିଆଁକୁ ଆୟତ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା । ଆଖି ଆଗରେ ଜଳିଯାଇଥିଲା ନୂଆ ଗ୍ଳାମର ଗାଡ଼ି ଓ ଅନ୍ୟ କେତେକ ଆସବାସ ଜିନିଷ । ଏହି ନିଆଁ ଲଗେଇବା ପରେ ତାଙ୍କର ବନ୍ଧୁଙ୍କ ହାତଥିବା ଦର୍ଶାଇ ସିଦ୍ଧାନ୍ତ ଏତଲା ଦେଇଥିବା ବେଳେ ନଂ ୧୮ା୨୧ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି । ବୁଧବାର ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବା ପ୍ରକାଶ । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking