26.1 C
Bhubaneswar
Friday, March 29, 2024
Homeଓଡିଶାସ୍ୱାମୀକୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ସ୍ତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସ୍ୱାମୀକୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ସ୍ତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସିଂଲା ଅଞ୍ଚଳର ମମତା ପାତ୍ରଙ୍କ ସ୍ୱାମୀ ଭାଗିରଥୀ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ନ୍ୟାୟ ଦାବିରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ୧୦ତାରିଖରେ ତାଙ୍କ ସ୍ୱାମୀ ଭାଗିରଥୀ ନିଜ ଜମିରେ ପାଣି ମଡ଼ାଉଥିଲେ । ଉକ୍ତ ଗ୍ରାମର ରବୀନ୍ଦ୍ର ପାତ୍ର ଓ ପୁଅ ଦୁର୍ଜୟ ପାତ୍ର କୌଣସି କାରଣ ନଥାଇ ଭାଗିରଥୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ହାତରେ ଧରିଥିବା ବାହୁଙ୍ଗୀରେ ଆକ୍ରମଣ କରିଥିଲେ । ଫଳରେ ଭାଗିରଥୀ ତଳେ ପଡ଼ିଯିବାରୁ  ଦୁର୍ଜୟ ହାତରେ ଧରିଥିବା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଏବଂ ତାଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏପରିକି ଉକ୍ତ ସମୟରେ ମହିଳାଙ୍କ ଭାଇ ସୁଶାନ୍ତଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିବା ସହ ବସ୍ତା ମେଡ଼ିକାଲରେ ଚିକିତ୍ସା କରାଇଥିଲେ । ହେଲେ ଉକ୍ତ ଘଟଣାରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ ବାଧ୍ୟ ହୋଇ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking