26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶନିର୍ବାଚନ ଲଢ଼ିବ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ

ନିର୍ବାଚନ ଲଢ଼ିବ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ

ଚଣ୍ଡିଗଡ: ଭାରତ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖଲିସ୍ତାନୀ ଗୋଷ୍ଠୀର କଟ୍ଟର ସମର୍ଥକ ଭାବେ ଜଣାଶୁଣା ଅମୃତପାଲ୍ ସିଂହ, ଚଳିତ ବର୍ଷ ଜାରି ରହିଥିବା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ । ସମ୍ପ୍ରତି ଆସାମର ଦିବ୍ରୁଗଡ ଜେଲରେ ବନ୍ଦ ଥିବା ‘ୱାରିସ ପଞ୍ଜାବ ଦେ’ ସଙ୍ଗଠର ମୁଖ୍ୟ ଅମୃତପାଲ ସିଂହ ସ୍ୱାଧୀନ ପ୍ରାର୍ଥୀ ରୂପେ ଖଦୁର ସାହେବ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରେ ବୋଲି ସୂଚନା ମିଳିଛି । ଜେଲ୍ ବାହାରେ ଅମୃତପାଲଙ୍କ ଓକିଲ ରାଜଦେବ ସିଂହ ଖାଲସା ଏସମ୍ପର୍କରେ ସୂଚନା ଦେଇଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଖାଲସାଙ୍କ ଅନୁଯାୟୀ ଅମୃତପାଲ ମେ’ ୭ରୁ ୧୭ ମଧ୍ୟରେ ଅମୃତପାଲ ନିଜ ନାମାଙ୍କନ ପତ୍ର ଦାଖଲ କରିପାରେ । ପ୍ରକାଶ, ଜାତୀୟ ସୁରକ୍ଷା ଆଇନ୍ (ଏନ୍‌ଏସ୍‌ଏ) ଅନୁଯାୟୀ ଅମୃତପାଲ ସିଂହଙ୍କୁ ଏବେ ଦିବ୍ରୁଗଡ ଜେଲରେ ବନ୍ଦୀ ରଖାଯାଇଛି । ତେବେ ନିକଟରେ ଅମୃତପାଲ୍ ଜେଲ୍ ଭିତରୁ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଏଥିରେ ସେ ନିର୍ବାଚନ ଲଢ଼ିବା ଏବଂ ବର୍ତ୍ତମାନ ସମୟରେ ଏହି ଆସନରୁ ସାଂସଦ ଥିବା ପ୍ରାର୍ଥର୍ୀଙ୍କ ବିରୋଧରେ ବହୁତ କିଛି କହୁଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ଫେବୃଆରୀ ୨୩ରେ ଅମୃତପାଲ ଏବଂ ତାଙ୍କ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ ସହ ଜଡିତ ଲୋକମାନେ ଅଜନାଲା ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଅମୃତପାଲ ଏବଂ ତାଙ୍କ ସମର୍ଥକମାନେ ଖଣ୍ଡା, ବାଡ଼ି ଧରି ପୁଲିସ ଉପରେ ଆକ୍ରମଣ କରିଥିଲେ । ଅମୃତପାଲଙ୍କ ସମର୍ଥକ ଲଭପ୍ରୀତ୍ ତୁଫାନଙ୍କ ମୁକ୍ତି ଦାବିରେ ଏହି ଉତ୍ତେଜନା ଘଟିଥିଲା । ଘଟଣାର ପ୍ରାୟ ଦୁଇ ମାସ ପରେ ଅମୃତପାଲଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଆସାମର ଦିବ୍ରୁଗଡ ଜେଲରେ ରହିଛି । ଅମୃତପାଲ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିବା ବେଳେ ଏସବୁର ଶୁଣାଣି ମଧ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking