28.7 C
Bhubaneswar
Thursday, July 25, 2024
Homeଓଡିଶାବିଚାରାଧୀନ କଏଦୀ ମୃତ

ବିଚାରାଧୀନ କଏଦୀ ମୃତ

ରାଉରକେଲା : ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ଆରଜିଏଚରେ ଆଖି ବୁଜିଲେ ବିଚାରାଧୀନ କଏଦୀ। ମୃତକ ହେଲେ ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ବରସୁଆଁ ଅଞ୍ଚଳର ଦେବବ୍ରତ ସିଂ। ମଦ ବିକ୍ରି ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲା ଅବକାରୀ ବିଭାଗ। ଜେଲରେ ଅସୁସ୍ଥ ହେବାରୁ ପ୍ରଥମେ ବଣାଇ ଓ ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ଦେବବ୍ରତ। ଡାକ୍ତର କହିଛନ୍ତି, ଉଚ୍ଚ ରକ୍ତଚାପ ଥିଲା। ବ୍ରେନ ହାମେରେଜରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ। ସେପଟେ ମାଡ଼ ମାରିବାରୁ ଦେବବ୍ରତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅବକାରୀ ବିଭାଗ ଓ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking