27.1 C
Bhubaneswar
Tuesday, May 21, 2024
Homeଓଡିଶାକୋଟିଏ ଟଙ୍କାର ମହୁଲ ଫୁଲ ଜବତ ; ୫ ଗିରଫ

କୋଟିଏ ଟଙ୍କାର ମହୁଲ ଫୁଲ ଜବତ ; ୫ ଗିରଫ

କେନ୍ଦୁଝର : ମହୁଲ ଫୁଲ ଜବତ କରି ୫ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ଅବକାରୀ ବିଭାଗ । ସୂଚନା ଅନୁସାରେ, ବେଆଇନ ମହୁଲ ଫୁଲ ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ କୌଣସି ସୂତ୍ରରୁ ପାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ମହୁଲ ଫୁଲ ସମେତ ଟ୍ରକ୍ ଓ ୪ଟି ବୋଲେରୋ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଅବକାରୀ ବିଭାଗ ୫ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୨ ଜଣ ଚମ୍ପଟ ହୋଇଛନ୍ତି । କେଉଁଠିକି ଏହି ମହୁଲ ଫୁଲ ଚାଲାଣ ହେଉଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅବକାରୀ ବିଭାଗ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking