29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକଂଗ୍ରେସ ପ୍ରତି ମୋଦୀଙ୍କ ନୂଆ ଅଭିଯୋଗ; ଇନ୍ଦିରାଙ୍କ ସମ୍ପତ୍ତି ପାଇବା ଲୋଭରେ ରାଜୀବ ଗାନ୍ଧୀ ବଂଶାନୁକ୍ରମ...

କଂଗ୍ରେସ ପ୍ରତି ମୋଦୀଙ୍କ ନୂଆ ଅଭିଯୋଗ; ଇନ୍ଦିରାଙ୍କ ସମ୍ପତ୍ତି ପାଇବା ଲୋଭରେ ରାଜୀବ ଗାନ୍ଧୀ ବଂଶାନୁକ୍ରମ ଟିକସ ହଟାଇଥିଲେ

ନୂଆଦିଲ୍ଲୀ: କଂଗ୍ରେସ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶାଣିତ ଅସ୍ତ୍ର ଗୋଟିଏ ପରେ ଗୋଟିଏ କରି ପ୍ରୟୋଗ କରିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ମୋରେନା ଅଞ୍ଚଳରେ ବିଜେପି ପକ୍ଷରୁ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ମୋଦୀ ଆଜି କଂଗ୍ରେସ ବିରୋଧରେ ବଡ଼ ତଥା ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୋଦୀ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ସମ୍ପତ୍ତି ପାଇବା ଲୋଭରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ବଂଶାନୁକ୍ରମ ଟିକସ ହଟାଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପରେ ଦେଶରେ ବଂଶାନୁକ୍ରମ ଟିକସ ବାବଦ ଏକ ଆଇନ୍ ରହିଥିଲା । ଏହିକ୍ରମେ ଇନ୍ଦିରାଙ୍କ ସମ୍ପତ୍ତିର କିଛି ଅଂଶ ତତ୍କାଳୀନ ଭାରତ ସରକାରଙ୍କ ନିକଟକୁ ଯିବାର ଥିଲା । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ରାଜୀବ ଗାନ୍ଧୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଆଇନ୍‌କୁ ପରିବର୍ତ୍ତନ କରିଥିଲେ ଏବଂ ପୈତୃକ ସମ୍ପତ୍ତି କିପରି ସରକାରଙ୍କ ନିକଟକୁ ନଯିବ ସେନେଇ ଏହି ଆଇନ୍‌ରେ ବ୍ୟବସ୍ଥା କରାଯାଇଥିଲା ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ସାମ୍ ପିଟ୍ରୋଡା ସର୍ବପ୍ରଥମେ ବଂଶାନୁକ୍ରମ ଟିକସ ବା ଉତ୍ତରାଧିକାର କର’ ବ୍ୟବସ୍ଥା ସମ୍ପର୍କରେ ମୁହଁ ଖୋଲିଥିଲେ । ପିଟ୍ରୋଡା କହିଥିଲେ “ସମ୍ପତି ଠୁଳ କରିବାରେ କିଛି ଅସୁବିଧା ନାହିଁ, ହେଲେ କେତେ ପରିମାଣର? ଆମେରିକା ସମେତ ବିଶ୍ୱର ଅଧିକାଂଶ ଦେଶରେ ଉତ୍ତରାଧିକାର କର ବ୍ୟବସ୍ଥା ରହିଛି । ହେଲେ ଭାରତରେ ଏପରି ଆଇନ ନାହିଁ” । ପ୍ରକାଶ, କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ସମ୍ପତି ଓ ଆୟର ଅସମାନତା କଥା କୁହାଯାଇଛି । କଂଗ୍ରେସ ଯଦି କ୍ଷମତାକୁ ଆସେ ତାହେଲେ ନୀତିରେ ପରିବର୍ତନ କରି ଏହାକୁ କମାଇବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ତେବେ ପିଟ୍ରୋଡାଙ୍କ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ଏହାକୁ ନେଇ ପ୍ରତିକ୍ରିୟା ଦିଆଯାଇଥିଲା । ତେବେ ଆଜିର ଏହି ଜନସଭା କାର୍ଯ୍ୟକ୍ରମରେ ମୋଦୀ ପୁନଃ ଏହି ପ୍ରସଙ୍ଗକୁ ଉଠାଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking