26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶନିର୍ବାଚନ ଲଢିବେ କଳ୍ପନା

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି : ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ କଳ୍ପନା ସୋରେନ୍‌, ଗାଣ୍ଡେୟ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ଜେଏମ୍‌ଏମ୍ ପ୍ରାର୍ଥୀ ହେବେ । ଏନେଇ ଜେଏମ୍‌ଏମ୍ ପକ୍ଷରୁ ବିଧିବଦ୍ଧ ଘୋଷଣା ମଧ୍ୟ ହୋଇସାରିଛି । ପ୍ରକାଶ, ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ହେମନ୍ତ ସୋରେନ୍ ଜେଲ୍ ଯିବା ପରେ ଦଳର ନେତୃତ୍ୱ ଏବେ କଳ୍ପନା ସୋରେନ୍‌ଙ୍କ ଉପରେ ନ୍ୟସ୍ତ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ନିଜ ଦଳ ଜେଏମ୍‌ଏମ୍ ପାଇଁ ଏବେ ଜୋରସୋରରେ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ଗାଣ୍ଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏହି ଆସନ ପାଇଁ ଦଳ ପକ୍ଷରୁ କଳ୍ପନା ସୋରେନ୍‌ଙ୍କ ନାମ ଚୂଡାନ୍ତ କରାଯାଇଛି । ପ୍ରକାଶ, ଆସନ୍ତା ମାସ ୨୦ ତାରିଖରେ ଏହି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଜେଏମ୍‌ଏମ୍ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, କଳ୍ପନା ସୋରେନ୍‌ଙ୍କ ଉପରେ ଦଳର ଦାୟିତ୍ୱ ରହିଥିବା ବେଳେ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ଅତ୍ୟନ୍ତ ଜରୁରି ଥିଲା । ସୁତରାଂ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁୂରୋଧ କରାଯାଇଥିଲା । ପ୍ରଥମେ ସେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଥିଲେ ମଧ୍ୟ ପରେ ସେ ବିଧାନସଭା ନିର୍ବାଚନ ଲଢ଼ିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଯାଇଛି । କଳ୍ପନା ମଧ୍ୟ ନିକଟରେ ଗାଣ୍ଡେୟ ନିର୍ବାଚନ ମଣ୍ଡଳୀରେ ଏକ ଜୋରଦାର ଜନସଭା ତଥା ଜେଏମ୍‌ଏମ୍ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଗାଣ୍ଡେୟ ନିର୍ବାଚନ ମଣ୍ଡଳୀରେ ସୋରେନ୍ ପରିବାରର ବେଶ୍ ଦବ୍‌ଦବା ରହିଥିବା ବେଳେ କଳ୍ପନାଙ୍କ ପାଇଁ ଏଠାରେ ନିର୍ବାଚନ ଲଢ଼ିବା ବେଶ୍ ସହଜ ହେବ ବୋଲି ଦଳ ଆଶାବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking