30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମୋଦୀଙ୍କୁ ଚିଠି ଲେଖିଲେ ଖର୍ଗେ; କଂଗ୍ରେସର ‘ନ୍ୟାୟ ପତ୍ର’ ସମ୍ପର୍କରେ ଆପଣଙ୍କୁ ଭୁଲ୍ ତଥ୍ୟ ଦିଆଯାଇଛି

ମୋଦୀଙ୍କୁ ଚିଠି ଲେଖିଲେ ଖର୍ଗେ; କଂଗ୍ରେସର ‘ନ୍ୟାୟ ପତ୍ର’ ସମ୍ପର୍କରେ ଆପଣଙ୍କୁ ଭୁଲ୍ ତଥ୍ୟ ଦିଆଯାଇଛି

ନୂଆଦିଲ୍ଲୀ : “କଂଗ୍ରେସର ‘ନ୍ୟାୟ ପତ୍ର’ ସମ୍ପର୍କରେ ଆପଣଙ୍କୁ ଭୁଲ୍ ତଥ୍ୟ ଦିଆଯାଇଛି, ବ୍ୟକ୍ତିଗତ ଭାବେ ସାକ୍ଷାତ କରି ବୁଝାଇବାର ସୁଯୋଗ ମିଳିଲେ ଖୁସିହେବି” । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପ୍ରକାର ଏକ ଆଲେଖ୍ୟପୂର୍ଣ୍ଣ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ । ଏସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଖର୍ଗେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଠିକ୍ ନୁହେଁ । କଂଗ୍ରେସର ୫୦ ପୃଷ୍ଠାର ମନିଫେଷ୍ଟୋରେ ଯେକୌଣସି ସ୍ଥାନରେ ସମ୍ପତ୍ତି ବଣ୍ଟନ ବିଷୟରେ ଉଲ୍ଲେଖ ନାହିଁ । ଗତ କିଛି ଦିନ ହେବ ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ପାଇଁ ସେ ଏବଂ ପ୍ରଧାନମନ୍ତ୍ରୀ ଉଭୟ ବ୍ୟସ୍ତ ରହୁଥିବା ତାହା ସମ୍ଭବ ହୋଇପାରିନାହିଁ । କିନ୍ତୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ କଂଗ୍ରେସର ନ୍ୟାୟ ପତ୍ର ସମ୍ପର୍କରେ ସବୁକିଛି ସ୍ପଷ୍ଟ କରିବେ । ଏପରି କରିବାର ସୁଯୋଗ ମିଳିଲେ ସେ ଖୁସିହେବେ ବୋଲି ମଧ୍ୟ ଖର୍ଗେ ଲେଖିଛନ୍ତି । ଖର୍ଗେ ଲେଖିଛନ୍ତି, ଦେଶର ଯୁବ ବର୍ଗ, ମହିଳା, କୃଷକ, ଶ୍ରମିକ, ଗରିବ ଏବଂ ସମସ୍ତ ଜାତି ଏବଂ ସମ୍ପ୍ରଦାୟର ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ କଂଗ୍ରେସ ନ୍ୟାୟ ପତ୍ର ମାଧ୍ୟମରେ ପ୍ରତିଶ୍ରୁତି ଦେଇଛି । କିନ୍ତୁ ପରାମର୍ଶଦାତାଙ୍କ ଦ୍ୱାରା କଂଗ୍ରେସ ବିରୋଧରେ ଏକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଭୁଲ ସୂଚନା ଦିଆଯାଉଛି ବୋଲି ଖର୍ଗେ ଉଲ୍ଲେଖ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀ କୌଣସି ଭୁଲ ବିବୃତ୍ତି ଦେବା ପୂର୍ବରୁ ଭଲଭାବେ ଚିନ୍ତା କରିବା ଉଚିତ୍ ବୋଲି ମଧ୍ୟ ଖର୍ଗେ କହିଛନ୍ତି ।
ପ୍ରକାଶ, ୨୦୨୪ ଲୋକସଭା ପାଇଁ ଜୋରଦାର ନିର୍ବାଚନୀ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଉପରେ ପ୍ରଶ୍ନ ଉଠାଇବା ଜାରି ରଖିଛନ୍ତି । ତେବେ କିଛିଦିନ ପୂର୍ବେ ମୋଦୀ, ରାଜସ୍ଥାନରେ ଏକ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ । କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ ପ୍ରତିଶ୍ରୁତି (ସାଧାରଣ ଲୋକଙ୍କ ସମ୍ପତ୍ତି ପରିମାଣ ଆକଳନ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସମାନ ଭାବେ ସମ୍ପତ୍ତି ବଣ୍ଟନ)କୁ ନେଇ ମୋଦୀ, କଂଗ୍ରେସକୁ ତୀବ୍ର ଭର୍ତ୍ସନା କରିଥିଲେ । ରାଜସ୍ଥାନର ବାନସ୍ୱରା ଠାରେ ଆୟୋଜିତ ଜନସଭା କାର୍ଯ୍ୟକ୍ରମରେ ନିଜ ଭାଷଣ ରଖି ମୋଦୀ କହିଥିଲେ ଯେ, “ବିରୋଧୀ ଦଳ କଂଗ୍ରେସ ଦେଶରେ ବେଆଇନ୍ ଭାବେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ସବୁ କିଛି ଦେଇ ଦେବାକୁ ଚାହୁଁଛି । ଦେଶବାସୀଙ୍କ ଝାଳ ବୁହା ଅର୍ଥ ଓ ସମ୍ପତ୍ତି ସମେତ ମହିଳାମାନଙ୍କ ମଙ୍ଗଳସୂତ୍ରକୁ ମଧ୍ୟ ଯେଉଁମାନଙ୍କର ଅଧିକ ଛୁଆ ଅଛନ୍ତି (ମୁସଲିମ୍ ଭୋଟର) ସେମାନଙ୍କୁ ବାଣ୍ଟିଦେବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।” କଂଗ୍ରେସ ଦେଶବାସୀଙ୍କ ସମ୍ପତ୍ତି ଛଡ଼ାଇ ନେବାକୁ ବିରାଟ ଷଡ଼ଯନ୍ତ୍ର କରୁଛି ବୋଲି ମୋଦୀ ବିବୃତି ଦେଇଥିଲେ । ତେବେ ମୋଦୀଙ୍କ ଏପ୍ରକାର ବୟାନ୍‌କୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking