36.1 C
Bhubaneswar
Sunday, May 19, 2024
Homeଓଡିଶାରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ ମୃତ

ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ରାଇରଙ୍ଗପୁର ଆଇଟିଆଇରେ ଜାମଦା ଥାନା ଅନ୍ତର୍ଗତ ଟେଣ୍ଡରା ଗ୍ରାମର ଡବର ତିରୀଆ (୬୦) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଆଜି ହଠାତ୍ ତାଙ୍କ ଉପରେ ବଜ୍ରପାତ ପଡିଥିଲା । ଆଇଟିଆଇର କର୍ମଚାରୀମାନେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଘଟଣସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଶବ ଗୃହରେ ରଖାଯାଇଛି । ଏନେଇ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ମୃତ ଡବରଙ୍କ ପରିବାରରେ କେବଳ ଏକ ମାତ୍ର ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି । ଝିଅର ବିବାହ ହୋଇ ଶାଶୁ ଘରେ ରହୁଥିବା ବେଳେ ତାଙ୍କ ପୁଅ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ସୂଚନା ମିଳିଛି । ଏଣୁ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking