29.1 C
Bhubaneswar
Friday, May 17, 2024
Homeଓଡିଶାରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳକଙ୍କ ମୃତ ଦେହ ଉଦ୍ଧାର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳକଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିଇଁତଳା ଥାନା ଭେଜିପଦର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୁଦା ମୂଳରୁ ନାବାଳକଙ୍କ ମୃତ ଦେହ ଉଦ୍ଧାର। ସୂଚନା ଅନୁସାରେ, ଛୁଆଟି ସକାଳେ କିଛି ପିଲାଙ୍କ ସହ ଖେଳୁଥିଲା କିନ୍ତୁ ୧୦ଟା ପର୍ଯ୍ୟନ୍ତ ଘରକୁ ଆଉ ଫେରି ନଥିଲା । ପରିବାର ଲୋକେ ପୁଅ ନଫେରିବାରୁ ଚିନ୍ତାରେ ପଡିଯାଇଥିଲେ । ଆଉ ପରେ ବହୁ ଖୋଜାଖୋଜି ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୁଦା ମୂଳରୁ ତାଙ୍କର ମୃତ ଦେହ ମିଳିଥିଲା । ଏହା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଛି । ତେବେ ସେହି ସ୍ଥାନରୁ ଗୋଟିଏ ଚପଲ ସହିତ ଚାରିପଖରେ ରକ୍ତାର ଛିଟା ପଡିଥିବାର ଦେଖିବାକୁ ପାଇଛି ପୋଲିସ ।ସେହି ମୃତ ବାଳକଟିର ମୁଣ୍ତରେ ଗଭୀର ଆଘତ ଦେଖିବାକୁ ମିଳିଛି । ମୃତ ନାବାଳକଟି ସେହି ଗ୍ରାମର ବିଘ୍ନ ବଗର୍ତ୍ତୀଙ୍କର ପୁଅ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking