29.1 C
Bhubaneswar
Friday, May 17, 2024
Homeଓଡିଶାଯାଜପୁରରୋଡ ଆଇନ ସେବାପ୍ରାଧିକାରଣ ପକ୍ଷରୁ କୋର୍ଟ ପରିସରରେ ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଯାଜପୁରରୋଡ ଆଇନ ସେବାପ୍ରାଧିକାରଣ ପକ୍ଷରୁ କୋର୍ଟ ପରିସରରେ ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଯାଜପୁର : ଯାଜପୁରରୋଡ ଆଇନ ସେବା ପ୍ରାଧିକାରଣ (ଲିଗାଲ ସେଲ ସର୍ଭିସେସ )ବିଶ୍ଵଶ୍ରମିକ ଦିବସ ପାଳନ ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଶ୍ରମିକ ମାନଙ୍କୁ ନେଇ ଏକ ସଚେତନତା ଶିବିର ଆଇନ ସେବା ପ୍ରାଧିକାରଣ ପକ୍ଷ ରୁଅନୁଷ୍ଟିତ ହୋଇ ଥିଲା l
ଆଇନ ସେବା ପାଧି କାରଣ ର ଅଧକ୍ଷ ଜିଲ୍ଲା ଅତିରିକ୍ତ ଦୌରାଜଜ ହୃଷିକେଶ ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲାl ବିଚାରପତି ଶ୍ରୀ ଆଚାର୍ଯ୍ୟ ଆଜିର ଏହି ପବିତ୍ର ଦିନରେମଇ ଦିବସ ର ତାତ୍ପର୍ଯ୍ୟ ବିଶେଷକରି ୧୩୭ ବର୍ଷ ତଳେ ଶ୍ରମିକ ମାନଙ୍କ ସମବେତ ଅଧିକାର ଆନ୍ଦୋଳନ ତଥା ଭାରତ ବର୍ଷାରେ ୧୯୨୩ ଠାରୁ ପାଳନ କରିଆସୁଥୁବା ମଇ ଦିବସ ରେ ଶ୍ରମିକ ମାନଙ୍କ ପାଇଁ ଉଦିଷ୍ଟ ସାମାଜିକ ସୁରକ୍ଷା, ଶ୍ରମବିବାଦୀୟ ଆଇନ, ସର୍ବନିମ୍ନ ମଜୁରୀ ଆଇନ, ସ୍ୱାସ୍ଥ୍ୟସୁରକ୍ଷା ବିନାକାରଣ ରେ ଛଟାଇ ନକରିବା ବିଶେଷ କରି ଅଣସଂଗଠିତଶ୍ରମିକଓ କର୍ମଚାରୀ ମାନଙ୍କ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ୱାରା ଉଦିଷ୍ଟ ଧାରା ଓ ଅଧିକାର ଉପରେ ବିସ୍ତୃତଭାବେ ବର୍ଣନା କରିଥିଲେ l ଆଜିର ଏହି ଦିନ ରେ ଶ୍ରମିକମାନେ ନିଜ ପିଲା ଙ୍କ ଭବିଷ୍ୟତ କୁ ଗଢିବାକୁ ହେଲେ ନିଶା ଓ ଯୁଆଖେଳ ଠାରୁ ଦୁରେଇ ରହିବାକୁ ବିଚାରପତି ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ. ଏହି କର୍ମଶାଳା ରେ ଜେ. ଏମ ଏଫ୍ ସି. ସ୍ମିତାଶ୍ରୀବାଣୀ କଲ୍ୟାଣୀ ମିଶ୍ର ଓ ବରିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ବରିଷ୍ଟ ଆଇନଜୀବି ନାରାୟଣ ପ୍ରସାଦ ପତି, ନିହାର ରଞ୍ଜନ ଗୋସ୍ୱାମୀ, ରାମଚନ୍ଦ୍ର ପହି ପ୍ରମୁଖ ନିର୍ମାଣଶ୍ରମିକଆଇନ, ଅଣସଂଗଠିତ ଶ୍ରମିକ ଆଇନ ଉପରେ ଆଲୋକ ପାତ କରିଥିଲି l ଏହି କର୍ମଶାଳା କୁ ରାଜେଶ କୁମାର ରାଉତ, ମହିନ୍ଦ୍ର କୁମାର ମହାପାତ୍ର ପରୀକ୍ଷିତ ମଳିକ ବିଦ୍ୟାଧର ଯେନା ପ୍ରମୁଖ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking