29.1 C
Bhubaneswar
Friday, May 17, 2024
Homeଓଡିଶାସୁକିନ୍ଦାରୋଡ ଠାରେ ଶ୍ରମିକ ୟୁନିୟନ ପକ୍ଷରୁ ମଇ ଦିବସ ସମାବେଶ

ସୁକିନ୍ଦାରୋଡ ଠାରେ ଶ୍ରମିକ ୟୁନିୟନ ପକ୍ଷରୁ ମଇ ଦିବସ ସମାବେଶ

ଯାଜପୁର : ଯାଜପୁର ଜିଲ୍ଳା ର କଲିଙ୍ଗ ନଗର ମାନପୁର ସ୍ଥିତ ସୁକିନ୍ଦାରୋଡ ଲୋଡିଙ୍ଗ ଓ ଉନଲୋଡିଂ ଲେବର ୟୁନିୟନ ର ଶ୍ରମିକ ଦିବସ ପାଳନ ହୋଇ ଯାଇଚି l ଶ୍ରମିକ ସଙ୍ଗ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ମଇ ଦିବସ ସମାବେଶ ଅନୁଷ୍ଠିତ ହୋଇଥିଲା l ଆଜିକୁ ୧୩୮ ବର୍ଷ ତଳେ ଚି଼କାଗୋ ସହରରେ ଶ୍ରମିକ ମାନେ ୧୮ ଘଣ୍ଟା କାର୍ଯ୍ୟନିଘଣ୍ଟ କୁ ପରିବର୍ତ୍ତନ କରି ୮ ଘଣ୍ଟା କାମ ଅଧିକାର ଦାବି କରିଥିଲେ ସେଥିରେ ହଜାର ହଜାର ଶ୍ରମିକ ମୃତ୍ୟୁ ବରଣ କରିବାପରେ ଏହା ସାମ୍ବିଧାନିକ ଅଧିକାର ହୋଇଥିଲା l ଆଜି ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ୧୨ ଘଣ୍ଟା କାର୍ଯ୍ୟ କାରବାକୁ ଯାଉଛନ୍ତି l ଠିକ ସେହିପରି ୪୪ ଗୋଟି ଶ୍ରମ ଆଇନ ପରିବର୍ତ୍ତନ କରି ୪ ଗୋଟି କୋଡ଼ ଆଇନ l ପୁଞ୍ଜିପତି ମାନଙ୍କ ପାଇଁ କରି ଶ୍ରମିକ ଶୋଷଣ ବିରୁଦ୍ଧରେ ଆଜି ବ୍ୟାପକ ଆନ୍ଦୋଳନ କରିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେମୂନେଶ୍ୱର ନାୟକ ଅଭିମନ୍ୟୁ ପାତ୍ର ଲଷ୍ମୀଧର ପାତ୍ର ମଙ୍ଗୁଳି ନାୟକ ସନାତନ ପାତ୍ର ପଦାନଦଳାଇ ପ୍ରମୁଖ ମଇ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ l ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରି ଯେଉଁମାନେ ମୁର୍ତ୍ୟୁ ବରଣ କରିଥିଲେ ସେମାନଙ୍କ ଉତ୍ତର ଅଧିକାରୀ ମାନଙ୍କୁ ସଂମାନିତ କରିବା ସହ ଆର୍ଥିକ ସହଯୋଗ ଦେବାକୁ ଶ୍ରମିକ ୟୁନିୟନ ଘୋଷଣା କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking