30.1 C
Bhubaneswar
Saturday, May 18, 2024
Homeଓଡିଶା୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ନୀଳଗିରିରୁ ପ୍ରାର୍ଥୀ ହେଲେ ଅକ୍ଷୟ ଆଚାର୍ଯ୍ୟ

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ନୀଳଗିରିରୁ ପ୍ରାର୍ଥୀ ହେଲେ ଅକ୍ଷୟ ଆଚାର୍ଯ୍ୟ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ରହିଲା । ଏହା ଭିତରେ ବିଜେପି ଓ ବିଜେଡି ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛି । କଂଗ୍ରେସର ପ୍ରାର୍ଥୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନାହିଁ । ଏହା ଭିତରେ ପୂର୍ବରୁ ଘୋଷଣା ହୋଇଥିବା ୫ ବିଧାନସଭା ଆସନରେ କଂଗ୍ରସ ନିଜର ପ୍ରାର୍ଥୀ ବଦଳାଇଛି । ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରୁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ ।

ଜଳେଶ୍ୱର ଦେବୀ ପ୍ରସନ୍ନ ଚାନ୍ଦଙ୍କ ଜାଗାରେ ସୁଦର୍ଶନ ହେଲେ ପ୍ରାର୍ଥୀ । ସେହିପରି ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ପ୍ରାର୍ଥୀ କଳଶ କଂଗ୍ରେସ । ପୂର୍ବରୁ ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କୁ କଂଗ୍ରେସ ଟିକେଟ୍ ଦେଇଥିଲା । କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ଚାଉଳିଆଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ର୍ପୂବରୁ କଂଗ୍ରେସ ମେହବୁବ ଅହମ୍ମଦ ଖାନ୍‌ଙ୍କୁ ଟିକେଟ୍ ଦେଇଥିଲା । ସେହିପରି ପୁରୀରୁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକେଟ୍ ଦେଇଛି ।

ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ୧୯୮୦ ଓ ୧୯୯୫ରେ ୨ଥର ବିଧାୟକ ଥିଲେ ଅକ୍ଷୟ ଆଚାର୍ଯ୍ୟ ।

୧) ଜଳେଶ୍ୱର – ସୁଦର୍ଶନ ଦାସ
୨) ବରୀ – ଦେବାଶିଷ ନାୟକ
୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ
୪) ଆଠଗଡ଼- ସୁଦର୍ଶନ ସାହୁ
୫) ପୁରୀ – ଉମାବଲ୍ଲଭ ରଥ
୬) ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ

ପୁରୀ ଲୋକସଭା: ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking