26.1 C
Bhubaneswar
Wednesday, May 8, 2024
Homeଓଡିଶାବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଲେ ବୈଜୟନ୍ତୀମାଳା ମହାନ୍ତି

ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଲେ ବୈଜୟନ୍ତୀମାଳା ମହାନ୍ତି

ଭୁବନେଶ୍ୱର: ବିଜେଡ଼ିର ଆଗଧାଡ଼ିର ନେତ୍ରୀ ତଥା ନୟାଗଡ଼ ଜିଲ୍ଳାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଖଣ୍ଡପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି ବିଜେଡ଼ି ଛାଡ଼ି ବିଧିବଦ୍ଧ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଶ୍ରୀମତୀ ମହାନ୍ତି କଂଗ୍ରେସରେ ଯୋଗଦେଇଛନ୍ତି ।

ଶ୍ରୀମତୀ ମହାନ୍ତିଙ୍କର କଂଗ୍ରେସ ଦଳରେ ଯୋଗଦାନ କେବଳ ଖଣ୍ଡପଡ଼ା ନୁହେଁ ସମଗ୍ର ନୟାଗଡ଼ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । କଂଗ୍ରେସରେ ଯୋଗଦେବା ଅବସରରେ ସେ କହିଛନ୍ତି କଂଗ୍ରେସ ସଂଗଠନକୁ ସଶକ୍ତ ଓ ମଜବୁତ କରିବାପାଇଁ ଦଳ ଯେଉଁ ଗୁରୁ ଦାୟିତ୍ୱ ଦେବ ସେ ତୁଲାଇବେ । ଆଜିର ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ତରୁଣକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking