26.1 C
Bhubaneswar
Wednesday, May 8, 2024
Homeଓଡିଶାବିଜେପିରେ ସାମିଲ ହେଲେ ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ

ବିଜେପିରେ ସାମିଲ ହେଲେ ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜିକୁ ଲଗାଇ ୨୫୨ଟି ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିକାଶ ପାଇଁ ଓଡ଼ିଶାବାସୀ ଏବେ ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି । ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି ଓ ଆଗକୁ ମଧ୍ୟ ଆହୁରି ଲୋକେ ମିଶିବେ । ନୂତନ କାର୍ଯ୍ୟକର୍ତାମାନେ ପାର୍ଟିର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ନାୟକଙ୍କ ସମେତ ପୂର୍ବତନ ବିଧାୟକ ପ୍ରାର୍ଥୀ ଚନ୍ଦ୍ରମଣି ନାୟକ, ଟ୍ରକ ସଂଘ ଉପସଭାପତି ମାନସ ରଞ୍ଜନ ନାୟକ, ପୂର୍ବତନ ୱାର୍ଡ ସଭ୍ୟ ସୀତାଂଶୁ ଶେଖର ବରାଳ, ୱାର୍ଡ ସଭ୍ୟ କ୍ଷେତ୍ରବାସୀ ମଲ୍ଲିକ, ମାନସ ରଞ୍ଜନ ନାୟକ, ସୋମନାଥ ନାୟକ, ପ୍ରବାସ କୁମାର ନାୟକ, ସୁକାନ୍ତ ନାୟକ, ସଦର୍ଶନ ସାହୁ, ସନ୍ଦିପ୍ତ ନାୟକ, ସନ୍ତୋଷ କୁମାର ନାୟକ, ଆୟୁଷ କୁମାର ନାୟକ, ରାଜେଶ କୁମାର ନାୟକ, ମୋହନ କୁମାର ସାମଲ, ରଞ୍ଜିତ କୁମାର ନାୟକ, ରାଜେଶ କୁମାର ନାୟକ, ସୁଧାଂଶୁ ନାୟକ, ରଞ୍ଜନ ନାୟକ, ସ୍ମୃତିରଞ୍ଜନ ନାୟକ, ତାପସ ନାୟକ, ଧନେଶ୍ୱର ବାରିକ, ବିନୋଦ ମାଝୀ, ଚନ୍ଦ୍ରକାନ୍ତ ସାମଲ, ରାହଶ ସାମଲ, ହରିହର ବେହେରା, କୂଳମଣି ସେଠୀ, ପଦ୍ମନାଭ ଦଳାଇ, କାଳିଆ ବେହେରା, ତପନ ସାହୁ, ଭରତ ମଲ୍ଲିକ, ସୁଦାମ ମଲ୍ଲିକ, ଅଶୋକ ମଲ୍ଲିକ, ବିଶ୍ୱରଞ୍ଜନ ସାମଲ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking