35.1 C
Bhubaneswar
Wednesday, May 8, 2024
Homeଓଡିଶାକୋଭିଡ୍‌ରେ ବାପା ମା 'ଙ୍କୁ ହରାଇଥିବା ୩ ଅନାଥଙ୍କୁ ସହାୟତା

କୋଭିଡ୍‌ରେ ବାପା ମା ‘ଙ୍କୁ ହରାଇଥିବା ୩ ଅନାଥଙ୍କୁ ସହାୟତା

କେନ୍ଦ୍ରାପଡ଼ା : କୋଭିଡରେ ପ୍ରାଣ ହରାଇଥିବା ପିତା ମାତାଙ୍କ ୩ ଜଣ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ସହାୟତା ପ୍ରଦାନ କରିଛି । ଆଳି ବ୍ଲକ ଚଣ୍ଡିଆଗଡ଼ି ଗ୍ରାମର କିଶୋର ଚନ୍ଦ୍ର ରଥ(୪୩) ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଜିଲ୍ଲାରେ ଗତ ୧୫ବର୍ଷ ଧରି ବେସରକାରୀ ସଂସ୍ଥାରେ କାମ କରୁଥିଲେ । ସେଠାରେ କୋଭିଡ ଆକ୍ରାନ୍ତ ହୋଇ ଗତ ମଇମାସ ୪ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଦିନ ତାଙ୍କ ପତ୍ନୀ ସୁପ୍ରିୟା ରଥ(୩୮) ଓ ତାଙ୍କର ୩ଟି ପିଲାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତ ମଇମାସ ୫ତାରିଖରେ କୋଭିଡ ପରୀକ୍ଷା କରାଯିବାରେ ସୁପ୍ରିୟାଙ୍କର ପଜିଟିଭ ବାହାରିବାରୁ  କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ମଇ ୬ତାରିଖରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା ।

ଉଭୟ କିଶୋର ଓ ସୁପ୍ରିୟାଙ୍କ ୩ଟି ଅନାଥ ପିଲା ଏବେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ମାମୁଁ ଘରେ ରହୁଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ପୂର୍ବାହ୍ଣରେ ସେହି ଅନାଥ ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କ ନୂତନ ସଂଶୋଧନ ମଧୁବାବୁ ଭତ୍ତା ଯୋଜନାରେ ତିନିମାସର  ୧୫ଶହ ଟଙ୍କା କରି ଭତ୍ତା ଓ ପରିଚୟପତ୍ର ପ୍ରତ୍ୟେକ ପିଲାଙ୍କୁ ପ୍ରଦାନ କରିଥିଲେ ।

ଏଥିସହିତ ପ୍ରଧାନମନ୍ତ୍ରୀ ଯତ୍ନ ଯୋଜନାରେ ପିଲାଙ୍କୁ ଶିକ୍ଷା ଆଦି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଅମୃତମଣୋହୀ ଗ୍ରାମର କୋଭିଡରେ ସ୍ୱାମୀ ମୃତ୍ୟୁବରଣ କରିଥିବା ଜଣେ ବିଧବା ମହିଳାଙ୍କୁ ମଧ୍ୟ ଏହି ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ଭରତ ଚନ୍ଦ୍ର ପରିଡ଼ା, ତହସିଲଦାର ଭୋଳାନାଥ ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking