34.1 C
Bhubaneswar
Saturday, May 18, 2024
Homeଓଡିଶାମୋଦିଙ୍କ ଫୋକସ୍‌ରେ ଓଡିଶା : ଜୟଶଙ୍କର

ମୋଦିଙ୍କ ଫୋକସ୍‌ରେ ଓଡିଶା : ଜୟଶଙ୍କର

ଭୁବନେଶ୍ୱର : ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପ୍ରେସ୍‌ମିଟ୍ ସମୟରେ ସେ ମନ୍ତବ୍ୟ ରଖିଛନ୍ତି । ଜି- ୨୦ ରେ କୋଣାର୍କରେ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲପାଇବାର ଏହା ନିଦର୍ଶନ । ଓଡିଶା ଲୋକଙ୍କ ମଧ୍ୟରେ ବହୁତ୍ ଟ୍ୟାଲେଣ୍ଟ ଓ ସ୍କିଲ ଅଛି । ମୋଦିଙ୍କ ଗ୍ୟାରେଣ୍ଟି ସୀମା ପାର୍ ବି କାମ କରିଥାଏ । କେହି ଭାରତୀୟ ବାହାର ଦେଶରେ ଫସିଲେ ସେମାନଙ୍କୁ ଉଦ୍ଧାର ହେଉଛି । ୟୁକ୍ରେନ, ସୁଦାନ , ଇସ୍ରାଏଲରୁ ଓଡିଶା ଲୋକଙ୍କୁ ଉଦ୍ଧାର କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଓଡିଶାର ସ୍ୱତନ୍ତ୍ର ମର‌୍ୟ୍ୟାଦା ରହିଛି । ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡିଶାକୁ ଅନେକ ସହଯୋଗ ମିଳିଛି । ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି । ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି । ମୋଦିଙ୍କ କାର‌୍ୟ୍ୟକାଳଳରେ ୨୦ ପାସ୍‌ପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି । ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି । ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି । ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡିଶାର ଅଛନ୍ତି । ମୋଦିଙ୍କ ବିକାଶକୁ ଆଗେଇ ନେଲା ଭଳି ସରକାର ଏଠି ହେବା ଉଚିତ୍ । ଓଡିଶା ସହଯୋଗରେ ସଂସଦରେ ୪ଶହ ପାର୍ ହେବା ବିଶ୍ୱାସ । ଓଡିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି । ଚଳିତ ନିର୍ବାଚନରେ ଓଡିଶା ଲୋକ ମୋଦିଙ୍କୁ ସଶକ୍ତ କରିବା ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking