36.1 C
Bhubaneswar
Saturday, May 18, 2024
Homeଓଡିଶାଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ

ଗୋପାଳପୁର : ଓଡ଼ିଶାରେ ଗ୍ରୀନ୍‌ ହାଇଡ୍ରୋଜେନ ଓ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ କରିବ ଗୁରୁଗ୍ରାମ ଭିତ୍ତିକ ହାଇଜେନକୋ ଗ୍ରୀନ୍‌ ଏନର୍ଜୀ। ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରିବ ୧ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପ। ଏଥିପାଇଁ ୧୦୦ କୋଟି ଡଲାର ନିବେଶ କରିବ ହାଇଜେନକୋ ଗ୍ରୀନ୍‌। ଏନେଇ ଶୁକ୍ରବାର ଟାଟା ଷ୍ଟିଲ ଏସ୍ଇଜେଡ ଓ ହାଇଜେନକୋ ମଧ୍ୟରେ ବୁଝମଣାପତ୍ର ସ୍ୱାକ୍ଷର ହୋଇଯାଇଛି।

ବୁଝମଣାପତ୍ର ସ୍ୱାକ୍ଷର ପରେ ଟାଟା ଷ୍ଟିଲ ଏସ୍ଇଜେଡର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି, ହାଇଜେନକୋ ସହ ବୁଝାମଣାପତ୍ର ପରେ ଗୋପାଳପୁର ଶିଳ୍ପ ପାର୍କରେ ଗ୍ରୀନ୍‌ ହାଇଡ୍ରୋଜେନ୍ ଓ ଗ୍ରୀନ ଆମୋନିଆ ଉତ୍ପାଦନ କ୍ଷମତା ବାର୍ଷିକ ପ୍ରାୟ ୨.୬ ମିଲିୟନ ଟନରେ ପହଞ୍ଚିଛି। ଯାହା ଶିଳ୍ପ ପାର୍କକୁ ଦେଶର ଅଗ୍ରଣୀ ହାଇଡ୍ରୋଜେନ ଓ ଆମୋନିଆ ହବ ଭାବେ ସୁଦୃଢ଼ କରିଛି ବୋଲି ଶ୍ରୀ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking