36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଯାଞ୍ଚ ବେଳେ ଓଡ଼ିଶା ବସରୁ ମିଳିଲା ନଗଦ ୨.୪୦ କୋଟି ଟଙ୍କା

ଯାଞ୍ଚ ବେଳେ ଓଡ଼ିଶା ବସରୁ ମିଳିଲା ନଗଦ ୨.୪୦ କୋଟି ଟଙ୍କା

ଆନ୍ଧ୍ରପ୍ରଦେଶ : ସାରା ଦେଶରେ ଏବେ ନିର୍ବାଚନ ଋତୁ ଚାଲିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି। କାଳେ କିଏ ଟଙ୍କା ବା ଅନ୍ୟାନ୍ୟ ଜିନିଷ ବାଣ୍ଟି ଜନମତକୁ ପ୍ରଭାବିତ କରିବ, ତା’ ଉପରେ ମଧ୍ୟ ନିର୍ବାଚନ ଅଧିକାରୀ ନଜର ରଖିଛନ୍ତି। ଏହିକ୍ରମରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୋପାଳପୁରମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଧପୁରମ ଗାଁ ନିକଟରେ ଥିବା ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରୁ ପୁଲିସ ଚେକିଂ ବେଳେ ବସ୍‌ ଭିତରୁ ଠାବ କରିଛି ବିପୁଳ ପରିମାଣର ନଗଦ ଟଙ୍କା।

ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ଟ୍ରାଭେଲ ବସ୍‌କୁ ଯାଞ୍ଚ କରିବା ବେଳେ ପୁଲିସ୍‌ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି। ଅର୍ଥାତ ବସ୍‌ଟି ଓଡ଼ିଶାରେ ପଞ୍ଜୀକରଣ ନମ୍ବରରେ ସେଠାରେ ସେବା ଯୋଗାଉ ଥିଲା। ଓଡ଼ିଶା ନମ୍ବର ଥିବା ବସ୍‌ରୁ ପୁଲିସ୍‌ ନଗଦ ଟଙ୍କା ଠାବ କରିଛି। ଦେବରାପଲ୍ଲୀ ସର୍କଲ ଇନ୍ସପେକ୍ଟର ପି. ବାଲା ସୁରେଶ କହିଛନ୍ତି ଯେ ନଗଦ ଟଙ୍କା ଦୁଇଟି ବ୍ୟାଗରେ ବସର ଲଗେଜ କ୍ୟାବିନ ରଖାଯାଇଥିଲା। ଏତେ ପରିମାଣର ନଗଦ ଟଙ୍କା ନେଇଯାଉଥିବା ବ୍ୟକ୍ତି ଜଣଙ୍କ ହେଲେ କୁର୍ନୁଲର ଆୟୁଲା ଚିନା ଚେନ୍ନାୟା। ସେ ଏତେ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ତା’ର ହିସାବ ଦେଇ ପାରି ନାହାନ୍ତି। ତେଣୁ ତାଙ୍କୁ ଗିରଫ କରାଯିବା ସହ ଟଙ୍କାକୁ ଜବତ କରାଯାଇଛି।

ପଚରାଉଚରା ବେଳେ ଚେନ୍ନାୟା କହିଛନ୍ତି ଯେ ହାଇଦ୍ରାବାଦ ଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଭେଟିଥିଲେ। ଏହାପରେ ସେମାନେ ଏହି ଦୁଇଟି ବ୍ୟାଗକୁ ରାଜାମହେନ୍ଦ୍ରଭାରମ ଠାରେ ଜଣେ ବ୍ୟକ୍ତିଙ୍କୁ ଦେବା ପାଇଁ କହିଥିଲେ। ବାସ୍‌ ସେମାନଙ୍କ କଥାରେ ଚେନ୍ନାୟା ବ୍ୟାଗକୁ ବସ୍‌ର ଲଗେଜରେ ରଖି ଯାତ୍ରା କରୁଥିଲେ। ହେଲେ ପୁଲିସ୍‌ ତାଙ୍କ କଥାକୁ ବିଶ୍ୱାସ କରିପାରୁ ନାହିଁ। କୌଣସି ବେଆଇନ କାମ ପାଇଁ ଏତେ ପରିମାଣର ଟଙ୍କା ଚାଲାଣ କରାଯାଉଥିବା ପୁଲିସ୍‌ ସନ୍ଦେହ କରୁଛି। ଏବେ ଏହା ଉପରେ ଅଧିକ ତଦନ୍ତ କରାଯାଉଥିବା ବାଲା ସୁରେଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking