28.1 C
Bhubaneswar
Saturday, April 27, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

କଟକ : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ । ଏପରି ଘଟଣା ଦେଖିବାକୁ ମିଳିଛି ମର୍କତ ନଗର ଥାନା ଅନ୍ତର୍ଗତ କାଠଯୋଡ଼ି ବିହାର ବସ୍ତିରେ । ସୋମବାର ଥିଲା ପହିଲି ରଜ । ତେଣୁ ସକାଳେ ପିଠା କରିବା ପାଇଁ କାଠାଯୋଡ଼ି ବିହାର ବସ୍ତିର ସାବିତ୍ରୀ ମୁଣ୍ଡା ଯୋଗାଡ଼ କରୁଥିଲେ । ମାତ୍ର ରଜରେ ପିଠାକୁ  ନେଇ ରବିବାର ରାତିରେ ସ୍ୱାମୀ ଗୋବିନ୍ଦ ମୁଣ୍ଡା ସହ ସାବିତ୍ରୀର କଥା କଟାକଟି ହୋଇଥିଲା । ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଗେବିନ୍ଦ ହଠାତ୍ ରାଗିଯାଇ ଏକ ଲୁହା ରଡ଼ରେ ସାବିତ୍ରୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ସାବତ୍ରୀଙ୍କ ମୁଣ୍ଡ ଫାଟି ଯିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ  ପଡ଼ି ଯାଇଥିଲେ । ସାବିତ୍ରୀର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସାବିତ୍ରୀଙ୍କୁ ଉଦ୍ଧାର କରିବା ସହ ମର୍କତନଗର ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ସାବିତ୍ରୀକୁ ଏସ୍‌ସିବି ମେଡିକାଲକୁ ପଠାଇଥିଲେ । ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସାବିତ୍ରୀର ମୃତ୍ୟୁ ଘଟିଥିଲା । ପୁଲିସ ଏନେଇ ୯୬/୨୧ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଗୋବିନ୍ଦ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଥାନାଧିକାରୀ ବିୟୁଟି ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking