33.1 C
Bhubaneswar
Friday, May 3, 2024
Homeଓଡିଶାକୋରେଇ ସଂଗ୍ରାମ ସମିତି ର ଚଳିତ ନିର୍ବାଚନ ରେ ଭାଗ ନେବ ନାହିଁ

କୋରେଇ ସଂଗ୍ରାମ ସମିତି ର ଚଳିତ ନିର୍ବାଚନ ରେ ଭାଗ ନେବ ନାହିଁ

ଯାଜପୁର : କୋରେଇ ସଂଗ୍ରାମ ସମିତି ଦଳୀୟ ପାର୍ଥି ଙ୍କ ସଫକ୍ଷ ରେ ପଚାର କରିବ ନାହିଁ କୋରେଇ ର ବିକାଶ ଓ ସ୍ୱାଭି ମାନ ପାଇଁ ଲଢେଇ ଜାରି ରଖିବ ବୋଲି ସଂଗ୍ରାମ ସମିତି ର ସାଧାରଣ ବୈଠକ ରେ ନିଷ୍ପତ୍ତି l ଶୁକ୍ରବାର ସଂଗ୍ରାମ ସମିତି ର ସlଫଗାଡ଼ିଆ ସ୍ଥିତ କାର୍ଯ୍ୟଳୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିଲା ଏହି ବୈଠକ ରେ ସମିତି ର ସଭାପତିବିଦ୍ୟା ଧର ମହାନ୍ତି ବୈଠକ ରେ ଅଧ୍ୟକ୍ଷତା କରି ଥିଲେ l ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ବିଗତ ଦିନ ର ଅନ୍ଧୋଲନ ସମ୍ପର୍କ ରେ ସୂଚନା ଦେଇ ଥିଲେ l ଶାସକ ଦଳ କୋରେଇ ନିର୍ବାଚନ ମଣ୍ଡଳୀ ପ୍ରତି ଅବେହେଳା କରି ଆସୁଛନ୍ତି କୋରେଇ ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଟାଣି ନେଉଛନ୍ତି ଓ ସ୍ୱlଭି ମାନ କୁ ଧୂଳିସାତ କରୁଛନ୍ତି l ତାହା ବିରୁଦ୍ଧରେ ସଂଗ୍ରାମ ସମିତି ଅନ୍ଧୋଲନ କରି ସଫଳ ହୋଇଛି l କୋରେଇ ସଂଗ୍ରାମ ସମିତି ରେ ବିଭିନ୍ନ ଦଳ ର ସଭ୍ୟ ମାନେ ରହିଛନ୍ତି କୋରେଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟା ଧର ମହାନ୍ତି ଙ୍କୁ କଂଗ୍ରେସ ଦଳ ଚଳିତ ବିଧାନସଭା ନିର୍ବାଚନ ରେ ପାର୍ଥି କରିବା ପାଇଁ ଚୟନ କରି ଥିଲା l ଶ୍ରୀ ମହାନ୍ତି କଂଗ୍ରେସ ଦଳର ନିୟମ କାନନୁ କୁ ପୁରରଣ କରି ଥିଲେ ପୁରୀ ଠାରେ ବସି ଥିବା ଚୟନ କମିଟି ରେ ଡାକି ଥିଲେ ପାର୍ଥି ହେବା ପାଇଁ 50ହଜାର ଟଙ୍କା ମଧ୍ୟ ଚକେ ଆକାର ରେ ପଦାନ କରି ଥିଲେ ଏରିଆ ରେ ସଂଘଟନ କରିବା ପାଇଁ ପି ସି ସି ସଭାପତି ଓ ପର୍ଯ୍ୟବେକ୍ଷ କହି ଥିଲେ କିନ୍ତୁ ଶ୍ରୀ ମହାନ୍ତି ଙ୍କ ନାମ ପରିବର୍ତେ ଅନ୍ୟ ନାମ କୁ ଘୋଷଣା କରା ଗଲା l କୋରେଇ ସଂଗ୍ରାମ ସମିତି ଏହି ଘୋଷଣା କୁ ପ୍ରତିବାଦ କରି ଦଳ ର ନିଷ୍ପତ୍ତି କୁ ନିନ୍ଦା କରି ଚଳିତ ନିର୍ବାଚନ ରେ କୌଣସି ଦଳ ପାର୍ଥି ସଫକ୍ଷ ପଚାର କରିବ ନାହିଁ l ପାର୍ଥି ଦେଖି ଭୋଟ ଦେଵ ବୋଲି ବୈଠକ ରେ ନିଷ୍ପତ୍ତି ନିଆ ଯାଇଛି ଏହି ବୈଠକ ରେ ଉପ ସଭାପତି ଆଲୋକ ମହାନ୍ତି ନିତ୍ୟାନନ୍ଦ ମହାଳିକ ଶ୍ରମିକ ନେତା ନାରଣ ନାୟକ ନିରଂଜନ ପରିଡା ପଦନ୍ନାଭ ନାୟକ ସିପିଏମ ନେତା ପ୍ରଫୁଲ ନାୟକ ମହେନ୍ଦ୍ର ନାୟକ ପରୀକ୍ଷିତ ମଲ୍ଲିକ ସତ୍ୟାନନ୍ଦ କାଣ୍ଡି ମହେନ୍ଦ୍ର ମହାପାତ୍ର ବ୍ରଜ କିଶୋର ପଟ୍ଟନାୟକ ରାଘବ ସାହୁ ଶିକ୍ଷା ବିତି ରାମ ଚନ୍ଦ୍ର ଦାଶ ପ୍ରମୁଖ ବହୁ ବୁଦ୍ଧି ଜିବି ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking