38.1 C
Bhubaneswar
Friday, May 3, 2024
Homeଓଡିଶା୭୦ ଗ୍ରାମ ବ୍ରାଉନ ସୁଗାର ଜବତ,ଜଣେ ଗିରଫ

୭୦ ଗ୍ରାମ ବ୍ରାଉନ ସୁଗାର ଜବତ,ଜଣେ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ରେ ବ୍ରାଉନ ସୁଗାର ଗଞ୍ଜେଇ ମଦ କାରବାର ପୋଲିସ ଓ ଅବକାରୀ ବିଭାଗ ର ଆଖି ଧୁଳି ଦେଇ ନିଶା ଦ୍ରବ୍ୟ ମାଫିଆ ମାନେ ସେମାନଙ୍କ ର ରାଜ ଚଳାଇ ଛନ୍ତି ଯୁବକ ମାନେ ବ୍ରାଉନ ସୁଗାର ସେବନ ସେମାନଙ୍କ ଭବିଷ୍ୟତ ନଷ୍ଟ କରିଚନ୍ତି କେତେକ ଯୁବକ ଙ୍କର୍ ଅକାଳ ବିୟୋଗ ଘଟୁଛି l ଜିଲ୍ଲା ର ବିଭନ୍ନ ଛକ ବଜାର ବ୍ରାଉନ ସୁଗlର ମିଳିଛି ପାନ ଦୋକାନ ମାନଂକ ରେ ସିଗାରେଟେ ବ୍ରାଉନ ସୁଗl ର ଭର୍ତ୍ତି କରି ବିକ୍ରୀ କାରା ଯାଇଚି ଏହି ସିଗାରେଟ ଟାଣିବା ର ବାହୁ ଶିକ୍ଷିତ ଯୁବକ କୁ ପଥ ଗାମୀ ହେଉ ଛନ୍ତି ପ୍ରତ୍ୟେକ ମାସ ରେ ବ୍ରାଉନ ସୁଗlର ଧରପଗଡ ହେଉଚି କିନ୍ତୁ ସୂଫଳ ମିଳୁ ନାହିଁ l ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଉଛି l ଗତ କିଛିଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି 45 ଗ୍ରାମ ବ୍ରାଉନ ସୁଗାର ଜବତ ହେଉଥିବା ଆଜି ପୁଣି ଏକ ସଫଳତା ପାଇଛି ଅବକାରୀ ବିଭାଗ l ସୂଚନା ମୁତାବକ ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଶୁକ୍ରବାର ଦିନ 11:15 ମିନିଟ ସମୟରେ ଇନସିପେକ୍ଟର ନାରାୟଣ ବେହେରା ଯାଜପୁର ରୋଡ ଥାନା ମିଟୁଆଣୀ ଗଡିଆ ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରବୀନ୍ଦ୍ର ପାତ୍ର ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର 5/24ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ତେବେ ଏହି ଅଭିଯୁକ୍ତ ନିକଟରୁ 70ଗ୍ରାମ ବ୍ରାଉନ ସୁଗାର ଜବତ ହେଇଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ସବ-ଇନସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା,ବିଭୁ ପ୍ରସାଦ ସାହୁ,ଏସଆଇ କ୍ଷୀରୋଦ କୁମାର ସାହୁ,ଶୁଭସ୍ମିତା ପ୍ରଧାନ ଓ କର୍ମଚାରୀ ମାନେ ସାମିଲ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking