30.1 C
Bhubaneswar
Saturday, May 4, 2024
Homeଖେଳଜାତୀୟ ମହିଳା ଫୁଟ୍‌ବଲ୍ ଟିମ୍‌ର ମୁଖ୍ୟ କୋଚ୍ ହେବେ ଚାଓବା ଦେବୀ!

ଜାତୀୟ ମହିଳା ଫୁଟ୍‌ବଲ୍ ଟିମ୍‌ର ମୁଖ୍ୟ କୋଚ୍ ହେବେ ଚାଓବା ଦେବୀ!

ନୂଆଦିଲ୍ଲୀ: ପୂର୍ବତନ ଖେଳାଳି ଲାଙ୍ଗାମ୍ ଚାଓବା ଦେବୀ ଭାରତୀୟ ସିନିୟର ମହିଳା ଫୁଟ୍‌ବଲ୍ ଟିମ୍‌ର ମୁଖ୍ୟ କୋଚ୍ ହୋଇପାରନ୍ତି । ଆଇଏମ୍ ବିଜୟନ୍‌ଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍ନିକାଲ୍ କମିଟି ବୁଧବାର ତାଙ୍କ ନାମ ସୁପାରିସ କରିଛି । ବୁଧବାର ଜାତୀୟ ଟିମ୍‌ଗୁଡ଼ିକର କୋଚ୍ ନିଯୁକ୍ତି ସମ୍ପର୍କରେ କମିଟିର ଏକ ଭର୍ଚୁଆଲ୍ ମିଟିଂରେ ଆଲୋଚନା କରାଯାଇଥିଲା । ଏହି ମିଟିଂରେ ଚାଓବା ଦେବୀଙ୍କ ବ୍ୟତୀତ ପ୍ରିୟା ପିଭି ଓ ରୋନିବାଲା ଚାନୁଙ୍କ ନାମ ଯଥାକ୍ରମେ ସହାୟକ କୋଚ୍ ଏବଂ ଗୋଲ୍‌କିପିଂ କୋଚ୍ ଭାବେ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ଫେବୃଆରୀରେ ଆୟୋଜିତ ଟର୍କିଶ୍ ମହିଳା କପ୍ ୨୦୨୪ରେ ଏହି ତିନିଜଣ ଟିମ୍‌କୁ ଦିଗ୍‌ଦର୍ଶନ ପ୍ରଦାନ କରିଥିବାରୁ ଏହି ସୁପାରିସ ବହୁ ଗୁରୁତ୍ୱ ବହନ କରୁଛି । ଟିମ୍ ସହିତ ସେମାନଙ୍କ ଅନୁଭବ ଟେକ୍ନିକାଲ୍ କମିଟିକୁ ବେଶ୍ ପ୍ରଭାବିତ କରିଛି । କମିଟିର ମିଟିଂରେ ୧୬ ବର୍ଷରୁ ଏବଂ ୧୯ ବର୍ଷରୁ କମ୍ ପୁରୁଷ ଟିମ୍‌ର କୋଚ୍ ଚୟନକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା । ମିଳିଥିବା ଆବେଦନର ସମୀଥା କରିବା ପରେ କମିଟି ୧୯ ବର୍ଷରୁ କମ୍ ଟିମ୍‌ର ମୁଖ୍ୟ କୋଚ୍ ଭାବେ ରାଜନ୍ ଚୌଉଧୁରୀ ଏବଂ ଗୋଲ୍‌କିପିଂ କୋଚ୍ ଭାବେ ସନ୍ଦୀପ ନନ୍ଦୀଙ୍କ ନାମ ପ୍ରସ୍ତାବିତ କରିଛି । ସେହିପରି ୧୬ ବର୍ଷରୁ କମ୍ ଟିମ୍‌ର ମୁଖ୍ୟ କୋଚ୍‌, ସହାୟକ କୋଚ୍ ଏବଂ ଗୋଲ୍‌କିପିଂ କୋଚ୍ ଭାବେ ଯଥାକ୍ରମେ ପୂର୍ବତନ ଖେଳାଳି ଇଶ୍‌ଫାକ୍ ଅହମଦ୍‌, ଆନ୍ ଚେଙ୍ଗ୍ ଲ’ ଏବମଂ ମହମ୍ମଦ ଜାକିର ହୁସେନ୍‌ଙ୍କୁ ନାମ ପ୍ରସ୍ତାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking