27.1 C
Bhubaneswar
Thursday, April 25, 2024
Homeଓଡିଶାଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ, ଜୀବନମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର

ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ, ଜୀବନମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର

ଗଞ୍ଜାମ: ପିଲାଟି ଦିନରୁ ମାଆଙ୍କୁ ହରାଇ ମାମୁ ଘରେ ରହି ଭଲ ପାଠ ପଢି ଉଚ୍ଚ ଶିକ୍ଷିତ ହୋଇଥିଲେ । ସମାଜ ସେବାରେ ଅସମୟର ବନ୍ଧୁ ହୋଇ ଅସହାୟଙ୍କ ସେବା କରି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ ପୋଲସରା ବ୍ଲକ ଅନ୍ତର୍ଗତ ଜୁଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ । ହେଲେ ଭାଗ୍ୟର ବିଡ଼ମ୍ବନା ଯେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରୁଥିବା ନରେନ୍ଦ୍ର ନିଜେ ଏକ ଗାଡ଼ି ଧକ୍କାରେ ଗୁରୁତର । ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଗତ ସପ୍ତାହ ତଳେ ଅନ୍ୟର ଉପକାର କରିବାକୁ ଯାଇ ବାଇକ୍‌ରେ ଗାଁକୁ ଫେରୁଥିଲେ । ହେଲେ ବୁଗୁଡା ସ୍ଥିତ ବାଘୁଆ ନିକଟସ୍ଥ କେନାଲ ନିକଟରେ ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ଅଚେତ ହୋଇ ପଡି ରହିଥିଲେ ।

ନରେନ୍ଦ୍ରକୁ ପ୍ରଥମେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ଏବଂ ପରେଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି । ଉକ୍ତ ଘଟଣାକୁ ନେଇ ଡାକ୍ତରଙ୍କ କହିବା ଅନୁସାରେ ଦୁର୍ଘଟଣାରେ ନରେନ୍ଦ୍ରଙ୍କ ମସ୍ତିଷ୍କରେ ପ୍ରବଳ ଆଘାତ ହୋଇଛି । ଯାହାଫଳରେ ସେ ବର୍ତ୍ତମାନ କୋମାରେ ଅଛନ୍ତି । ନରେନ୍ଦ୍ରଙ୍କ ଉତ୍ତମ ଚିକିତ୍ସା ପାଇଁ ୧୨ ଲକ୍ଷ ଟଙ୍କାର ଆବଶ୍ୟକ । ହେଲେ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ନରେନ୍ଦ୍ରଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇଛି । ନରେନ୍ଦ୍ରଙ୍କ ଜୀବନ ବଞ୍ଚାଇବା ପାଇଁ ସାଙ୍ଗ ସାଥି ପରିଜନ ସାହି ସାହି ବୁଲି ଅର୍ଥ ଯୋଗାଡ଼ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରବିବାର ନରେନ୍ଦ୍ରଙ୍କ ଉତ୍ତମ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏପରିକି ଆଗକୁ ନରେନ୍ଦ୍ରଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ନରେନ୍ଦ୍ରଙ୍କ ଉତ୍ତମ ଚିକିତ୍ସା ପାଇଁ  ଆକାଉଣ୍ଟ ୩୩୨୦୮୦୯୧୭୬୧ରେ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ପରିବାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking