35.1 C
Bhubaneswar
Wednesday, May 8, 2024
Homeଓଡିଶାପାରିବାରିକ କଳହରୁ ହତ୍ୟାକାଣ୍ଡ, ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ବାମୀ

ପାରିବାରିକ କଳହରୁ ହତ୍ୟାକାଣ୍ଡ, ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ବାମୀ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ଥାନାର ରଣପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି ।  ସ୍ୱାମି ହତ୍ୟା କରି ନିଜେ ଥାନରେ ହlଜର ହୋଇଛି ।  ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି l ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ କୁ ହାତୁଡି ପିଟି ପିଟି ହତ୍ୟା କଲା ସ୍ବାମୀ । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁର ଅରୁଣ ଜେନା ଏବଂ ତାଙ୍କ ପତ୍ନୀ ଦିପ୍ତିମୟୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ଫଳରେ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତ ମହିଳା ଏବଂ ତାଙ୍କ ସ୍ବାମୀ ଉଭୟ ସରକାରୀ ଶିକ୍ଷକ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ କୋରେଇ ଥାନା ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking