31.1 C
Bhubaneswar
Sunday, May 19, 2024
Homeଓଡିଶାରଥରେ ନୁହେଁ ନାଟମନ୍ଦିରରେ ବିଜେ ଶ୍ରୀ ଜିଉ

ରଥରେ ନୁହେଁ ନାଟମନ୍ଦିରରେ ବିଜେ ଶ୍ରୀ ଜିଉ

ମୟୂରଭଞ୍ଜ : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା। କିନ୍ତୁ ନାହାନ୍ତି ଭକ୍ତ କି ହେବନି ରଥଯାତ୍ରା। ବଡ଼ଦାଣ୍ଡରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମାଗମ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଲାଗୁ ହୋଇଛି ୧୪୪ ଧାରା। ବଡଦାଣ୍ଡରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିବନି ଭକ୍ତଙ୍କୁ। ହେବନି ରଥାରୂଢ ଭଗବାନ ଓ ଭକ୍ତଙ୍କ ମିଳନ। କୋଭିଡ କଟକଣା ଯୋଗୁଁ ଝାଉଁଳି ପଡିଛି ୨ୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା। ତିନି ଠାକୁର ରଥ ବଦଳରେ ନାଟ ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି। ରଥ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ବେଳେ ନିରାଡମ୍ବର ଭାବରେ ସେହି ନାଟମନ୍ଦିରରେ ନିତୀକାନ୍ତି ଗ୍ରହଣ କରୁଛନ୍ତି ଶ୍ରୀଶ୍ରୀ ହରିବଳଦେବ ଜିଉ।

ଭକ୍ତ ଓ ଭଗବାନଙ୍କ ମିଳନ ମଝିରେ ବାଡ ପକାଇଛି କରୋନା ମହାମାରୀର କଟକଣା। ମନ୍ଦିରରେ ଭକ୍ତଙ୍କ ଗହଳି ନ ହେବା ପାଇଁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ମନ୍ଦିର ବେଢା ସହିତ ୨୦୦ ମିଟର ପରିସରରେ ୧୪୪ଧାରା ଲାଗୁ କରାଯାଇ ଜଗିଛି ପୋଲିସ। କେବଳ ପୂଜାପଣ୍ଡା ଓ ସେବାୟାତଙ୍କୁ ଛାଡିଦେଲେ ସମସ୍ତଙ୍କୁ ବଡଦାଣ୍ଡ ଓ ମନ୍ଦିର ମନା। ଯେଉଁଠି ଆଜି ହଜାର ହଜାର ଭକ୍ତଙ୍କ ଭିଡ ଲାଗନ୍ତା ସେଇଠି ଆଜି ନୀରବତା ମାଡିବସିଛି। ତେବେ ନ୍ୟାୟାଳୟଙ୍କ ନିଷ୍ପତ୍ତି ଓ ସରକାରୀ ନିୟମକୁ ସମ୍ମାନ ଜଣାଇ ପରିସ୍ଥିତି ସହିତ ବୁଝାମଣା କରିଛନ୍ତି ସମସ୍ତେ। ପୁରୀ ରଥଯାତ୍ରାକୁ ଏଇଠୁ ଘଣ୍ଟ ବଜାଇ ସ୍ୱାଗତ କରିବା ସହିତ କଟକଣା ମଧ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଜଗନ୍ନାଥଙ୍କ ନିତିକାନ୍ତି କରାଯାଉଛି ବୋଲି କହିଛନ୍ତି ମୂଖ୍ୟପୂଜା ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking