43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦିନ ପଶ୍ଚିମ ୟୁପିରେ ମୁସଲମାନଙ୍କ ମାହୋଲ ପରଖିବେ ଔବସୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦିନ ପଶ୍ଚିମ ୟୁପିରେ ମୁସଲମାନଙ୍କ ମାହୋଲ ପରଖିବେ ଔବସୀ

ନୂଆଦିଲ୍ଲୀ: ୧୫ ଜୁଲାଇରେ ୟୁପି ପୂର୍ବାଂଚଳରେ ପିଏମ ନରେନ୍ଦ୍ର ମୋଦି ରହିବେ ତ ପଶ୍ଚିମ ୟୁପିରେ ଅସମଦୁଦ୍ଦୀନ ଔବସୀ । କରୋନାର ଦ୍ୱିତୀୟ ଲହର ପରେ ପ୍ରଥମ ଥର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ରହିବେ । ସେହିଭଳି ଔବସୀ ନିର୍ବାଚନ ଥମୋ ର୍ମିଟର ନେଇ ନିଜ ସମର୍ଥକମାନଙ୍କ ମଧ୍ୟରେ ରହିବେ ।
ତେବେ ବିଧାନସଭା ନିର୍ବାଚନରେ ଔବସୀଙ୍କ ମାହୋଲ କେମିତି ରହିବ । ଏହା ଜାଣିବା ପାଇଁ ସେ ଏକ ଉନ୍ନତ ରଣନୀତି ପ୍ରସ୍ତୁତ କରିଛନ୍ତି । କୁହାଯାଉଛି, ଔବସୀଙ୍କ ଏହି ଗସ୍ତ ଗୋଟିଏ ପଟେ ପସ୍‌ଚିମ ୟୁପିରେ ତାଙ୍କ ପ୍ରଚାରର ଆରମ୍ଭ । ନିଦର ଏହି ଗସ୍ତରେ ସେ ମୁରାଦାବାଦରେ ଜନସଭାକୁ ସମ୍ବୋଧିତ କରିବେ । ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୀନ ଔବସୀଙ୍କ ପ୍ରତିଶ୍ରୃତି ଓ ଲକ୍ଷ୍ୟ ୟୁପିକୁ ବିହାର କରିବା ।  ଯେଉଁଠି ବିଧାନସଭା ନିର୍ବାଚନରେ ତାଙ୍କ ଦଳର ବିଜୟ ହୋଇଥିଲା । ଏଆଇଏମଆଇଏମରର ୫ ନେତା ବିଧାୟକ ହୋଇଥିଲେ । ଔବସୀ ଏହି ବିଜୟକୁ ୟୁପିରେ ଦୋହରାଇବାକୁ ଚାହୁଁଛନ୍ତି । ସେଥିପାଇଁ ସେ ନାରା ବି ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି ଏଥର ନିର୍ବାଚନରେ ଏମଓାଇ ନୁହେଁ ଏ ଟୁ ଜେଡ୍ ସମୀକରଣ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking