32.1 C
Bhubaneswar
Friday, April 26, 2024
Homeଓଡିଶାବ୍ୟକ୍ତି ସ୍ୱାଧୀନତାର ଗୁପ୍ତ ତଥ୍ୟ ଚୋରି ର ତଦନ୍ତ ସୁପ୍ରିମ କୋର୍ଟ ମୁଖ୍ୟଙ୍କ ଦ୍ୱାରା ଓ...

ବ୍ୟକ୍ତି ସ୍ୱାଧୀନତାର ଗୁପ୍ତ ତଥ୍ୟ ଚୋରି ର ତଦନ୍ତ ସୁପ୍ରିମ କୋର୍ଟ ମୁଖ୍ୟଙ୍କ ଦ୍ୱାରା ଓ ପେଗାସସ ସଂସ୍ଥା ମୁଖ୍ୟ ଙ୍କୁ ଗିରଫ ଦାବି

ଯାଜପୁର (ଓଏନଏ) : ଆମ ଦେଶରେ ଇଜ୍ରାଏଲ ର ଏନ ଏସ ଓ କମ୍ପାନୀ ପକ୍ଷରୁ ନିର୍ମିତ ପେଗାସସ ସ୍ପାଏ ୱେର କେବଳ ସରକାରୀ ଗୁଇନ୍ଦା, ଏଜେନ୍ସି ଓ ସୁରକ୍ଷା ଏଜେନ୍ସି, ଆତଙ୍କବାଦ ଓ ଅପରାଧ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ରହିଛି l.କିନ୍ତୁ ଥି ଆମ ଦେଶରେ ଏହି ସଂସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷ, ସାମ୍ବାଦିକ, ବିଚାରପତି, ବିଶିଷ୍ଟ ପଦାଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତା ଏପରିକି ଆମର ପ୍ରିୟ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ଶାସିତ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସି ପି ଆଇ ଏମ ର ଜାତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରି ଙ୍କ ଫୋନ ହ୍ୟାକ କରି ସମସ୍ତ ଗୁପ୍ତ ତଥ୍ୟ କୁ ସଂଗ୍ରହ କରିବା ଘଟଣା କୁ ଦୃଢ଼ ନିନ୍ଦାକରl.ଯାଇଛି l ଆଜି ଗୋପବନ୍ଧୁ ଛକ ଠାରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ସି ଆଇ ଟି ୟୁ ପକ୍ଷରୁ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା!ଏହି ସଭାରେ ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ, ଏ ଆଇ ୟୁ ଡବ୍ଲୁ ସି ର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବିଦ୍ୟାଧର ଜେନା, ନକୁଳ ପାଗଡ଼, ସି ଆଇ ଟି ୟୁ ର ମାଧବ ବେହେରା, ବେବିନା ଜେନା ପ୍ରମୁଖ କେନ୍ଦ୍ର ସରକାର ଙ୍କୁ ଦୃଢ଼ ସମାଲୋଚନା କରିବା ସହିତ ଏନ ଏସ ଓ ଦ୍ୱାରା ନିର୍ମିତ ସ୍ପାଏ ୱେର ର ଦୁରୁପଯୋଗ ଘଟଣା ରେ ସୁପ୍ରିମ କୋର୍ଟ ଙ୍କ ମୁଖ୍ୟ ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓ ଗୃହ ମନ୍ତ୍ରୀ ଅମିତ ସାହା ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ପେଗାସସ ସଂସ୍ଥା ର ମୁଖ୍ୟ ଙ୍କୁ ଗିରଫ କରାଯାଉ ବୋଲି ବକ୍ତାମାନେ ଦାବି କରିଥିଲେ!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking