ନିଜ ଘରେ ନିଜେ ରହିବାକୁ ଏସ୍‌ପିଙ୍କୁ ବୃଦ୍ଧ ଦମ୍ପତିଙ୍କ ଗୁହାରି

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରରେ ପାରିବାରିକ କଳହକୁ ନେଇ ହୋଇଥିବା କୁଳ ବୈଠକର ନିଷ୍ପତି କ୍ରମେ ବୃଦ୍ଧ ଦମ୍ପତିଙ୍କୁ ଗ୍ରାମରୁ ନିଆଁ ଓ ପାଣି ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ସେହି ଗ୍ରାମର ଟୁନୀ ସ୍ୱାଇଁ ଓ ତାଙ୍କ ସ୍ୱାମୀ ପ୍ରଭାକର ସ୍ୱାଇଁ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟେ ଦୁଇ ପୁଅ ବୋହୁ ସହ କୁଳର କିଛି ସଦସ୍ୟଙ୍କ ନାମରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ ନିମନ୍ତେ ଚିକିଟି ଏସଡିପିଓ କୃଷ୍ଣ ଚନ୍ଦ୍ର ଭାତ୍ରାଙ୍କୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ନିର୍ଦ୍ଧେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ବରପଲ୍ଲୀ ଗ୍ରାମର ଟୁନୀ ସ୍ୱାଇଁ ସ୍ୱାମୀ ପ୍ରଭାକର ସ୍ୱାଇଁଙ୍କ ଦୁଇ ବିବାହିତ ପୁଅ ଓ ବୋହୁ ତାଙ୍କୁ ବିଭିନ୍ନ ସମୟରେ ମାଡ଼ ମାରୁଛନ୍ତି । ଏହା ସହ ଖାଇବାକୁ ନଦେଇ ତାଙ୍କୁ ଘରୁ ବାହାର କରିଦେବା ନିମନ୍ତେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଗତ ଦୁଇ ମାସ ପୂର୍ବେ ହଠାତ୍ ତାଙ୍କ କୁଳ ସଭାପତି ସହ ଗ୍ରାମର କିଛି ଲୋକ ତାଙ୍କୁ କୁଳ ବୈଠକକୁ ଡକାଇଥିଲେ । ଉକ୍ତ ବୈଠକରେ ତାଙ୍କ ପୁଅ ବୋହୁମାନେ ତାଙ୍କୁ ଖାଇବାକୁ ଦେବେ ନାହିଁ ବୋଲି କୁହାଯାଇଥିଲା । ସେମାନେ ନିଜେ ନିଜେ ରୋଷେଇ କରି ଖାଇବାକୁ କହିଥିôବା ଅଭିଯୋଗ ପତ୍ରରେ ଟୁନୀ ଦର୍ଶାଇ ଛନ୍ତି । ଆମେ ବୃଦ୍ଧ କାଳେ ଭିଭଳି ରୋଷେଇ କରି ଖାଇବୁ ବୋଲି ପ୍ରଭାକର ବୈଠକରେ ପ୍ରଶ୍ନ କରିଥିଲେ । ଏହା ପରେ ମଧ୍ୟ ତାଙ୍କରି କୌଣସି କଥା ଶୁଣି ନଥିବା ସେ କହିଛନ୍ତି । ସ୍ୱାମୀ ଓ ସ୍ତ୍ରୀଙ୍କୁ ଗ୍ରାମରୁ ବାସନ୍ଦ କରିବା ସହ ନିଆଁ ପାଣି ବାସନ୍ଦ କରିବା ପାଇଁ ନିଷ୍ପତି କରାଯାଇଥିଲା । ଏହା ସହ ୫ ହଜାର ଏକ ଟଙ୍କା ଜରିମାନା ଦେବା ପାଇଁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ବାଧ୍ୟ ହୋଇ ବୃଦ୍ଧ ଦମ୍ପତି ଜରିମାନା ଦେଇଥିଲେ । ଦୁଇ ଦିନ ହେବ ସେମାନେ ଗ୍ରାମରୁ ଆସି ବ୍ରହ୍ମପୁର ଶୁଭମ୍ ବିହାରରେ ଏକ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି । ଏହି ସମସ୍ତ ଘଟଣା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଜଣାଇଥିଲେ । ଅଭିଯୋଗ ପରେ ଘଟଣାର ତଦନ୍ତ ନିମନ୍ତେ ଚିକିଟି ଏସଡିପିଓଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here