29.4 C
Bhubaneswar
Saturday, May 4, 2024
Homeଅପରାଧପୁଅକୁ ପିଟି ପିଟି ହତ୍ୟା କଲା ବାପା

ପୁଅକୁ ପିଟି ପିଟି ହତ୍ୟା କଲା ବାପା

ହରିୟାଣା : ହରିୟାଣା ସୋନିପତ ମୋହନା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମବାସୀଙ୍କ କହିବା ଅନୁସାରେ, ମୋହନ ଗାଁ ନିବାସୀ ଓମପ୍ରକାଶ କୌଣସି କାରଣରୁ ତାଙ୍କ ପୁଅ ରୋହିତଙ୍କୁ ପିଟିପିଟି ହତ୍ୟା କରିଥିଲେ । କିନ୍ତୁ ଘରର ସିଡ଼ି ତଳେ ପଡ଼ିଯିବା କାରଣରୁ ରୋହିତର ମୃତ୍ୟୁ ହୋଇଥିବାର ନେଇ ଓମପ୍ରକାଶ ଗ୍ରାମବାସୀଙ୍କୁ କହିଥିଲା । ପରେ ରୋହିତଙ୍କ ମୃତଦେହକୁ ନେଇ ଗାଁ ପାଖରେ ଥିବା ଏକ ପଡିଆରେ ସତ୍କାର କରୁଥିଲେ ଓମପ୍ରକାଶ । ତେବେ ରୋହିତଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରି ମୋହନା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚିଥିଲା ପୋଲିସ ଆଉ ଜଳୁଥିବା ରୋହିତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜୁଇରୁ ବାହାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ । ଏହାସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking