35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧବିରତି ରାଜିନାମା; ଆଜିଠାରୁ ପଣବନ୍ଦୀ ବିନିମୟ

ଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧବିରତି ରାଜିନାମା; ଆଜିଠାରୁ ପଣବନ୍ଦୀ ବିନିମୟ

ଦୋହା: ଯୁଦ୍ଧଗ୍ରସ୍ତ ଗାଜାରେ ଶୁକ୍ରବାର ସକାଳୁ ଚାରିଦିନିଆ ଯୁଦ୍ଧବିରତି ଓ ପଣବନ୍ଦୀ ବିନିମୟ ଆରମ୍ଭ ହେବ ବୋଲି କାତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଜେଦ୍ ଅଲ୍‌-ଅନ୍‌ସାରୀ ଗୁରୁବାର କହିଛନ୍ତି, “ଶୁକ୍ରବାର ସକାଳ ୭ଟାରେ ଚାରିଦିନିଆ ଯୁଦ୍ଧବିରତି ଲାଗୁହେବ ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୪ଟାରେ (୧୪୦୦ ଜିଏମଟି) ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯିବ । ପ୍ରଥମ ବ୍ୟାଚ୍‌ରେ ଗୋଟିଏ ପରିବାରର ୧୩ ଜଣ ମହିଳା ଓ ଶିଶୁଙ୍କୁ ମୁକ୍ତ କରାଯିବ ବୋଲି ଅନ୍‌ସାରୀ କହିଛନ୍ତି । ଚାରିଦିନ ମଧ୍ୟରେ ୫୦ ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ରାଜିନାମା ହୋଇଥିବା ସେ କହିଛନ୍ତି ।

ଗତ ଅକ୍ଟୋବର ୭ ତାରିଖରୁ ଯୁଦ୍ଧରେ ଲିପ୍ତ ଇସ୍ରାଏଲ ଓ ହାମାସ ମଧ୍ୟରେ ବୁଧବାର ଯୁଦ୍ଧବିରତି ଏବଂ ପଣବନ୍ଦୀ ବିନିମୟ ନେଇ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ରାଜିନାମା ଅନୁସାରେ ୪ ଦିନର ଯୁଦ୍ଧବିରତି ମଧ୍ୟରେ ଅନ୍ୟୁନ ୫୦ଜଣ ପଣବନ୍ଦୀ ଓ ବହୁ ସଂଖ୍ୟକ ପାଲେଷ୍ଟାଇନ୍ ବନ୍ଦୀଙ୍କୁ ମୁକ୍ତ କରିବ । କାତାର, ଇଜିପ୍ଟ ଏବଂ ଆମେରିକା ସହାୟତାରେ ଏହି ରାଜିନାମା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାକୁ ସମ୍ପ୍ରସାରିତ ଏବଂ ବ୍ୟାପକ କରାଯାଇପାରେ । ଏହା ସହିତ ଗାଜାର ୨.୪ ନିୟୁତ ବାସିନ୍ଦାଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟ ଏହି ଚୁକ୍ତିର ଲକ୍ଷ୍ୟ ରହିଛି ।

ଅକ୍ଟୋବର ୭ ତାରିଖରେ ଏକ ଅଭୂତପୂର୍ବ ଆକ୍ରମଣ ଜରିଆରେ ହାମାସ ଆତଙ୍କବାଦୀ ସାମରିକକୃତ ସୀମା ଭାଙ୍ଗି କରି ଗାଜା ମଧ୍ୟରେ ପ୍ରବେଶ କରିଥିଲେ । ହାମାସ୍‌ର ଏହି ଆକ୍ରମଣରେ ପ୍ରାୟ ୧୨୦୦ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୨୪୦ ଜଣଙ୍କୁ ପଣବନ୍ଦୀ କରାଯାଇଥିବା ଇସ୍ରାଏଲ୍ ଅଧିକାରୀ କହିଛନ୍ତି । ହାମାସ୍‌ର ଏହି ଆକ୍ରମଣ ପରେ ହାମାସ୍ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ଗାଜାରେ ଲଗାତାର ବୋମା ବର୍ଷଣ ସହିତ ଗ୍ରାଉଣ୍ଡ୍ ଅପରେସନ୍ ଚଳାଇଛି । ଇସ୍ରାଏଲ୍‌ର ଏହି କାର୍ଯ୍ୟାନୁଷ୍ଠାନରେ ମହିଳା ଏବଂ ଶିଶୁଙ୍କୁ ମିଶାଇ ୧୪ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ଗାଜାରେ କ୍ଷମତାସୀନ ହାମାସ୍ ସରକାର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking