24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଡିପ୍‌ଫେକ୍‌ର ମୁକାବିଲା ପାଇଁ ଆସିବ ନୂଆ ନିୟମ; କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

ଡିପ୍‌ଫେକ୍‌ର ମୁକାବିଲା ପାଇଁ ଆସିବ ନୂଆ ନିୟମ; କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଡିପ୍‌ଫେକ୍ ଭିଡିଓ ଏବଂ କଣ୍ଟେଣ୍ଟ୍‌ର ମୁକାବିଲା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିପ୍‌ଫେକ୍ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସୋସିଆଲ୍ ମିଡିଆ କମ୍ପାନୀ ଏବଂ ଷ୍ଟେକ୍‌ହୋଲ୍‌ଡର୍‌ଙ୍କ ସହିତ ମିଶି ଏକ ନୂଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡିପ୍‌ଫେକ୍ ବିରୋଧରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତି ପାଇଁ ଗୁରୁବାର କେନ୍ଦ୍ର ମନ୍ତ୍ରୀ ବେଷ୍ଣବ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଏବଂ ଶିଳ୍ପ ଜଗତର ବରିଷ୍ଠ ପଦାଧିକାରୀଙ୍କ ସହିତ ବୈଠକ କରିଛନ୍ତି । ପ୍ରାୟ ଦୁଇଘଣ୍ଟାର ବୈଠକରେ ଆସନ୍ତା ୧୦ ଦିନ ମଧ୍ୟରେ ଏକ ଚାରିସ୍ତରୀୟ ନୂଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତି ପାଇଁ ସରକାର ଏବଂ ସୋସିଆଲ୍ ମିଡିଆ କମ୍ପାନୀ ମଧ୍ୟରେ ସହମତି ହୋଇଛି ।

ଏହାପରେ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ସରକାରୀ ପୋର୍ଟାଲ୍‌ରେ ଜନସାଧାରଣଙ୍କ ଠାରୁ ଏହା ଉପରେ ପରାମର୍ଶ ମଗାଯିବ । ବୈଷ୍ଣବ କହିଛନ୍ତି, ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ପଡ଼ିବ । ସେ କହିଛନ୍ତି, ଦେଶରେ ଡିଟେକ୍ସନ୍ ମେକାନିଜିମ୍ ଏବଂ ଗ୍ରୀଭାନ୍ସ ଆପିଲେଟ୍ ମେକାନିଜିମ୍‌କୁ ମଜଭୁତ କରିବାର ଆବଶ୍ୟକତା ରହିଛି । ୧୦ ଦିନ ପରେ ଡିସେମ୍ବର ପ୍ରଥମ ସପ୍ତାହରେ ମନ୍ତ୍ରୀ ବୈଷ୍ଣବ ସୋସିଆଲ୍ ମିଡିଆ କମ୍ପାନୀ ଏବଂ ଅନ୍ୟ ଷ୍ଟେକ୍ ହୋଲ୍ଡର୍‌ଙ୍କ ସହିତ ଦ୍ୱିତୀୟ ବୈଠକ ଡକାଇଛନ୍ତି । ବୈଠକରେ ପ୍ରସ୍ତାବିତ ନୂଆ ନିୟମର ରୂପରେଖ ଉପରେ ବିଚାର ବିମର୍ଶ କରାଯିବ ଏବଂ ଏକ ନୂଆ ନିୟମ ପ୍ରସ୍ତୁତିର ବିକଳ୍ପ ଉପରେ ଆଲୋଚନା ମଧ୍ୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking