33.1 C
Bhubaneswar
Monday, May 20, 2024
Homeଓଡିଶାପରିବାର ଅଦାଲତ ରାୟ ବିରୋଧରେ ମାମଲା; ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ପରିବାର ଅଦାଲତ ରାୟ ବିରୋଧରେ ମାମଲା; ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: କଟକ ପରିବାର ଅଦାଲତର ରାୟ ବିରୋଧରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ପ୍ରତିପକ୍ଷ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜବାବ ଦାଖଲ ନିମନ୍ତେ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଅରିନ୍ଦମ ସିହ୍ନା ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ଅନୁଭବଙ୍କ ପକ୍ଷରୁ ଆଇନ୍‌ଜୀବୀ ଲଳିତେନ୍ଦୁ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ । ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ କରିଥିବା ଆବେଦନକୁ ଖାରଜ କରିବା ବେଆଇନ ବୋଲି ଦର୍ଶାଯାଇଥିଲା । ତେବେ ପରବତ୍ତ୍‌ିର୍ ଶୁଣାଣି ପାଇଁ ଡିସେମ୍ବର ୬ ତାରିଖକୁ ଧାର୍ଯ୍ୟ ହୋଇଛି ।

ଅନୁଭବ ଓ ତାଙ୍କ ସ୍ତ୍ରୀ ବର୍ଷାଙ୍କ ଆବେଦନ ପରିବାର ଅଦାଲତରେ ଗତ ସେପ୍ଟେମ୍ବର ୨୨ ତାରିଖରେ ଖାରଜ ହେବା ପରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷାଙ୍କୁ ହାଜର ହେବା ନିମନ୍ତେ ନୋଟିସ ଜାରି କରିଥିଲେ । ଏଥିସହ ପରିବାର ଅଦାଲତରୁ ସେମାନଙ୍କ ବିବାହ ବିଚ୍ଛେଦ ସଂକ୍ରାନ୍ତୀୟ ଦସ୍ତାବିଜ୍ ହାଇକୋର୍ଟରେ ଦାଖଲ ପାଇଁ ଆଦେଶ ଦେଇଥିଲେ । ଅପରପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍ କୋର୍ଟରେ ରୁଜୁ କରିଥିବା ଘରୋଇ ହିଂସା ମାମଲାର ଶୁଣାଣି ମଧ୍ୟ ଆଜି ହୋଇଛି ।

ତେବେ ବର୍ଷାଙ୍କ ପକ୍ଷରୁ ଅଦାଲତଙ୍କଠାରୁ ମହଲତ ନିଆଯାଇଛି । ସୂଚନାଯୋଗ୍ୟ, ସ୍ୱାମୀ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବର୍ଷାଙ୍କ ପକ୍ଷରୁ ୨୦୨୦ ମସିହାରେ ଘରୋଇ ହିଂସା ଅଭିଯୋଗ ମାମଲା କଟକ ଏସ୍‌ଡିଜେଏମ୍ କୋର୍ଟରେ ଦାୟର ହୋଇଥିଲା ।ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି ଟଙ୍କା, ଘରଭଡ଼ା ମାସିକ ୩୦ ହଜାର ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର ଦାବି କରିଥିଲେ । ଏଥିସହ ମହିଳା ହିଂସା ସୁରକ୍ଷା ଅ ।ଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବର୍ଷା ପ୍ରାର୍ଥନା କରିଥିଲେ । ତେବେ ପରିବାର ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରିଥିଲେ । ସେହିପରି ଅନୁଭବଙ୍କ ପକ୍ଷରୁ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ କରାଯାଇଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking